ତାଳଚେରରେ ଘରପୋଡ଼ି, ୪ ପରିବାର ସର୍ବସ୍ବାନ୍ତ

ଅନୁଗୁଳ :ତାଳଚେର ପୌରାଞ୍ଚଳ ଅନ୍ତର୍ଗତ କିଶୋରଗଞ୍ଜ  ପାଟଣା ସାହିରେ ଅଗ୍ନିକାଣ୍ଡ ଘଟି ୪ଟି ପରିବାରର ୭ ବଖରା ଘର ପୋଡ଼ି ପାଉଁଶ ଯାଇଛି । ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇ ଯାଇଛି ।

ପ୍ରାପ୍ତସୂଚନା ଅନୁସାରେ  ବିଦ୍ୟୁତ ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ହୋଇଥିବା ସଂଦେହ କରାଯାଉଛି । ଏହି ଅଗ୍ନିକାଣ୍ଡ ଯୋଗୁଁ ଗ୍ରାମର ସୁବାସ ଦାସ(୪୦), କାହ୍ନୁ ଚରଣ ସାହୁ (୫୫), ତୀରବ କୋର (୫୦) ଓ ସନ୍ତୋଷ ଦାସ (୪୫)ଙ୍କ ଘର ସଂପୁର୍ଣ୍ଣ ପୋଡିଯାଇଛି । ସମସ୍ତ ପରିବାର ଗତକାଲି ରାତ୍ରି ଭୋଜନ ପରେ ଶୋଇଥିଲେ । ସକାଳୁ ଆଜି ସ୍ଥାନୀୟ ବାସିନ୍ଦା ଦେଖିବାକୁ ପାଇଥିଲେ ଘରେ ନିଆଁ ଲାଗିଛି । ଏହା ପରେ ତାଳଚେର ଅଗ୍ନିଶମ ବିଭାଗ ସୂଚନା ଦିଆଯାଇଥିଲା । ଦମକଳ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ । ତେବେ ସେତେବେଳକୁ ଘରଗୁଡ଼ିକରେ ଥିବା ଅନେକ ସାମଗ୍ରୀ ପୋଡ଼ିଯାଇଥିଲା ।

ସମ୍ବନ୍ଧିତ ଖବର