ଚାନ୍ଦବାଲି : କଥାରେ ଅଛି ବିପଦ ଯେତେ ବେଳେ ଆସେ ସେତେ ବେଳେ ବନ୍ଧୁ ବାନ୍ଧବ ନେଇ ଆସେ । ଗୋଟିଏ ପଟେ କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଲୋକେ ତ୍ରାହୀ ତ୍ରାହି ଡ଼ାକୁଥିବା ବେଳେ ଅନ୍ୟପଟେ ବାତ୍ୟା ୟାସ ରୁ ରକ୍ଷା ପାଇବା ପାଇଁ ଲୋକେ ଚିନ୍ତା କରୁଛନ୍ତି । ଆଦି ଦିନ ତମାମ ତୁହାକୁ ତୁହା ବର୍ଷା ବତ୍ୟା ୟାସର ପୂର୍ବାସ୍ଥିତି ଆହୁରି ଡ଼ରାଉଛି । ଏପରିସ୍ଥିତିରେ ଅଗ୍ନିକାଣ୍ଡପରି ବିପତି ୩୦ ପରିବାରଙ୍କୁ ସର୍ବସ୍ୱାନ୍ତ କରିପକାଇଛି । ଚାନ୍ଦବାଲି ବ୍ଲକ ତେନ୍ତୁଲିଡ଼ିହି ଗାଁର ଦାସ ସାହିରେ ଗ୍ୟାସ ଲିକ ହୋଇ ଭୟାବହ ଅଗ୍ନିକାଣ୍ଡରେ ୩୦ ପରିବାର ସର୍ବସ୍ୱାନ୍ତ ହୋଇଯାଇଛନ୍ତି । ବୋଝ ଉପରେ ନଳିତା ବିଡ଼ା ପରି ବିପନ୍ନ ପରିବାର ଲୋକଙ୍କୁ ବ୍ୟତିବ୍ୟସ୍ଥ କରିପକାଇଛି । ଆଜି ସଂଧ୍ୟା ସମୟରେ ତେନ୍ତୁଲିଡ଼ିହି ପଂଚାୟତ ଦାସ ସାହୀ ଗାଁର ଦୁର୍ଯ୍ୟେଧନ ଦାସ ଘରେ ଗ୍ୟାସରେ ଚାହା କରୁଥିବା ବେଳେ ହଠାତ୍ ଗ୍ୟାସ ଲିକ ହୋଇ ଚାଳକୁ ଧରି ଦେଇଥିଲା । ପ୍ରବଳ ବର୍ଷା ହେଉଥିବା ବେଳେ ଭିତରେ ଭିତରେ ନିଆଁ ଚାଳକୁ ଧରି ଦେଇଥିବା ବେଳେ ଘର ପାଖକୁ ପାଖ ଲାଗିରହିଥିବା ପଂଚାନନ ଦାସ, କୈାଳାସ ଚନ୍ଦ୍ର ଦାସ,ନରେଶ ଚନ୍ଦ୍ର ଦାସ, ଚନ୍ଦନ କୁମାର ଦାସ,ଦୀଲ୍ଲିପ କୁମାର ଦାସ,ଅଲେଖ ଦାସ, କୂଳମଣୀ ଦାସ,ବାଙ୍କ ବିହାରୀ ଦାସ,ଜଗବଂଧୁ ଦାସ, ପ୍ରତାପ ଦାସ, ସୁବାଷ ଦାସ, ଆଦି ପରିବାରଙ୍କ ୩୦ ବଖରା ଘର ନିମିଶକେ ମଧ୍ୟରେ ପୋଡ଼ି ଭଷ୍ମ ହୋଇଯାଇଛି । ଗାଁ ଲୋକେ ନିଆଁ ଲିଭାଇବା ପାଇଁ ଛତା ଧରି ବାହାରି ଆସିଥିବା ବେଳେ ବର୍ଷା ହେତୁ ନିଆ ଲିଭାଇବା ସମ୍ଭବ ହୋଇପାରି ନଥିବା ବେଳେ ଖବର ପାଇ ଚାନ୍ଦବାଲି ଦମକଳ ବାହୀନୀ ଘଟଣାସ୍ଥଳରେ ପହଁଚିବା ବେଳକୁ ସବୁକିଛି ପୋଡ଼ି ପାଉଁଶ ହୋଇଯାଇଥିଲା । ନିଆଁରେ ନରେଶ ଚନ୍ଦ୍ର ଦାସ ଙ୍କ ୫ଗୋଟି ଛେଳିପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ଘରେ ଥିବା ଲୋକମାନେ ପିଲା ଛୁଆଙ୍କୁ ଧରି ବାହାରକୁ ଚାଲିଆସିଥିଲେ । ପିନ୍ଧାଲୁଗା ଛାଡ଼ିଦେଲେ ଅଗ୍ନିମୁହଁରୁ ଅନ୍ୟ କିଛି ଆୟତ କରିପାରି ନାହିାଁନ୍ତି । ଘରେ ସାଇତି ରଖାଯାଇଥିବା ଧାନ ଚାଉଳ, ଟଙ୍କା, ପଇସା, ସୁନାରୁପା, ଖଟପଲଙ୍କ, ଟିଭି ପଂ୍ରିଜ୍ ସବୁ କିଛି ଜଳି ପାଉଁଶ ହୋଇଯାଇଥିଲା । ତେବେ ବିପିନ୍ନ ପରିବାର ରାତିରେ କେମିତି ପିଲା ଛୁଆଙ୍କୁ ଧରି ରହିବେ ସେନେଇ ତୁରନ୍ତ ପ୍ରଶାସନ ବିପନ୍ନ ପରିବାରଙ୍କୁ ୭ଦିନ ରନ୍ଧା ଖାଦ୍ୟ ସହିତ ଅନ୍ୟାନ ଅତ୍ୟାବଶ୍ୟକୀୟ ସାମଗ୍ରୀ ;ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।
ଗ୍ୟାସ ଫାଟି ୩୦ ବଖରା ଭସ୍ମ, ୫ଛେଳି ଜୀବନ୍ତ ଦଗ୍ଧ ଲକ୍ଷାଧିକ ଟଙ୍କାର ସମ୍ପତି ପାଉଁଶ
/sambad/media/post_attachments/wp-content/uploads/2021/05/vlcsnap-2021-05-24-20h58m43s113-1.png)