ବିନା ଫାୟାର ସେଫ୍ଟିରେ ଚାଲିଥିଲା ବିଡି କାରଖାନା, ଲାଗିଗଲା ନିଆଁ

କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ମୁଖ୍ୟ ବଜାର ମଧ୍ୟରେ ଥିବା ଏକ ବିଡି କାରଖାନାରେ ଆଜି ଦିନ ୩ଟାରେ ଅଚାନକ ଲାଗିଯାଇଥିଲା ନିଆଁ। କାରଖାନା ଭିତରେ ଥିବା ଚୁଲାରେ ବିଡି ସେକା ହେଉଥିବା ସମୟରେ ଏହି ନିଆଁ ଲାଗିଯାଇଥିଲା। ଫଳରେ ହଜାର ହଜାର ବିଡି ଜଳି ପୋଡି ପାଉଁଶ ହୋଇଯାଇଥିଲା। ଶିବପଦ ଗୋଲଦାର ନାମକ ଜଣେ ଲୋକର ଘରେ ଏହି ବିଡି କାରଖାନା ଚାଲିଥିଲା। ହେଲେ ବର୍ଷ ବର୍ଷ ଧରି ଚାଲିଥିବା ଏହି ବିଡି କାରଖାନାରେ କୌଣସି ଫାୟାର ସେଫ୍ଟଟି ବ୍ୟବସ୍ଥା ନଥିଲା। ଏପରିକି ପାଣି କିମ୍ବା ବାଲି ମୁଠାଏ ମଧ୍ୟ ନଥିବାର ଦେଖିବାକୁ ମିଳିଛି। ଖବର ପାଇ କାଲିମେଳା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ। ତେବେ କାରଖାନା ଭିତରେ ଥିବା ଶ୍ରମିକମାନେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିଲେ।

ସମ୍ବନ୍ଧିତ ଖବର