କ୍ରସ ରୋଡ ମଲରେ ଅଗ୍ନିକାଣ୍ଡ 

ରାଉରକେଲା:  ରେଲୱେ ଷ୍ଟେସନ ସମ୍ମୁଖରେ ଥିବା କ୍ରସ ରୋଡ଼ ମଲ ନିକଟରେ ଥିବା ଏକ ହୋଟେଲରେ ଆଜି ସକାଳେ ଅଗ୍ନିକାଣ୍ଡ ଘଟି ହୋଟେଲର ବହୁ ଆସବାବପତ୍ର ଜଳି ଯାଇଥିବାର ସୂଚନା ମିଳିଛି । ସ୍ଥାନୀୟ ଲୋକମାନେ ନିଆଁ ଖୁବ ଶୀଘ୍ର ଆୟତ୍ତ କରିବାରୁ ଏକ ବଡ ଧରଣର ଦୁର୍ଘଟଣାକୁ ଏଡାଇ ଦିଆଯାଇ ପାରିଛି । ଗ୍ୟାସ ସିଲିଣ୍ଡର ରେ ଲିକ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି । ଅଗ୍ନିକାଣ୍ଡ ପରେ ଏହି ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା ଏବଂ ଲୋକମାନ ଇତସ୍ତତଃ ହୋଇ ଦୌଡ଼ି ପଳାଇଥିଲେ । ହୋଟେଲ କର୍ମଚାରୀ ମାନେ ଗ୍ୟାସ ସିଲିଣ୍ଡର ରେ ବସ୍ତା ଗୁଡ଼ାଇ  ରାସ୍ତାରେ ରଖିବା ପରେ ପରିସ୍ଥିତି ସାମାନ୍ୟ ହୋଇଥିଲା ।

ସମ୍ବନ୍ଧିତ ଖବର