ରାଉରକେଲା : ଆଜି  ଅପରାହ୍ନରେ ବିଶ୍ରା ବ୍ଲକ ଅନ୍ତର୍ଗତ ତୁଲସିକାନି ପଞ୍ଚାୟତର ଗୋଜା ଟୋଲା ଗ୍ରାମରେ ପାଳଗଦାରେ ରଖାଯାଇଥିବା ଧାନରେ ନିଆଁ ଲାଗି ଯାଇଥିବାରୁ ଦୁଇ ଜଣ ଚାଷୀଙ୍କର ଧାନ ପୋଡ଼ି ପାଉଁଶ ହେଇ ଯାଇଅଛି।  ଧାନ ଗଦାରେ ଧୂଆଁ ବାହାରୁଥିବା ଦେଖି  ଘର ପାଟି କରିଥିଲେ l ପାଟି ଶୁଣି  ଗ୍ରାମବାସୀ ପହଞ୍ଚି  ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ l  ପରେ ବିଶ୍ରା ଫାୟାର ବ୍ରିଗେଡର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଧା ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ।

Advertisment

publive-image

ସୂଚନାନୁସାରେ, ଗୋଜା ଟୋଲି ନିବାସୀ ଚାଷୀ ଭାରତ ମାହତୋ  ଏବଂ ଈଶ୍ୱର ମହାତୋ ଚାଷ ଜମିରୁ ଧାନ କାଟି କରି ଚାଷ ଜମିରେ ରଖି ଥିଲେ। ଆଜି  ଅପରାହ୍ନରେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା।  ନିଆଁ କିପରି ଲାଗିଲା ତାହା ଜଣା ପଡିନାହିଁ। ଉଭୟ ପ୍ରଭାବିତ ଚାଷୀ  ପ୍ରଶାସନ ନିକଟରେ ପୋଡି ଯାଇଥିବା ଧାନ ପାଇଁ କ୍ଷତିପୂରଣ ଦେବାକୁ ନିବେଦନ କରିଛନ୍ତି l