ଆରଏସପି ନିୟୁ ପ୍ଲେଟ ମିଲରେ ଅଗ୍ନିକାଣ୍ଡ, ଜଳିଗଲା ଜଙ୍କସନ ବୋର୍ଡ, ଉତ୍ପାଦନ ବାଧାପ୍ରାପ୍ତ

ରାଉରକେଲା: ଆଜି ସଂଧ୍ୟା ପ୍ରାୟ ୫ଟାରେ ରାଉରକେଲା ଇସ୍ପାତ କାରଖାନା (ଆରଏସପି) ର ନିୟୁ ପ୍ଲେଟ୍ ମିଲରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ହଟ୍ ଲେବଲରର ତିନିଟି ଜଙ୍କସନ ବୋର୍ଡ ଜଳିପୋଡି ପାଉଁଶ ହୋଇଛି ।

ଆରଏସପି ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବାରୁ ବଡ଼ ଧରଣର ଅଘଟଣକୁ ରୋକାଯାଇପାରିଛି । ଅଗ୍ନିକାଣ୍ଡରେ କୌଣସି କର୍ମଚାରୀ ହତାହତ ହୋଇନାହାନ୍ତି । ନିଆଁ ଜଳୁଥିବାବେଳେ କାମ କରୁଥିବା କର୍ମଚାରୀ ଜୀବନ ବଞ୍ଚାଇବାକୁ ଘଟନସ୍ଥଳରୁ ଦୌଡ଼ି ପଳାଇଥିଲେ । ବରିଷ୍ଠ ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଅଗ୍ନିକାଣ୍ଡ ଯୋଗୁ ପ୍ଲେଟମିଲରେ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି । ଜଳି ଯାଇଥିବା କେବୁଲ ଓ ଜଙ୍କସନ ବୋର୍ଡ ଠିକ କରାଯିବା ପରେ ଉତ୍ପାଦନ ଆରମ୍ଭ ହେବବୋଲି ଜଣାପଡିଛି ।

ସମ୍ବନ୍ଧିତ ଖବର