ନିଆଁ ସଂପର୍କିତ ସଚେତନତା କାର୍ଯ୍ୟକ୍ରମ

ମାଲକାନଗିରି: ମାଲକାନଗିରି ବନଖଣ୍ଡ ତରଫରୁ ପାଣ୍ଡ୍ରିପାଣି ପଞ୍ଚାୟତର ସର୍ଗିଗୁଡା ଗ୍ରାମରେ ଜଂଗଲ ନିଆଁ ସଂପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବନଖଣ୍ଡ ଅଧିକାରୀ ପ୍ରଦୀପ ମିରାସେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଏକ ସଚେତନତା ରାଲିକୁ ମଧ୍ୟ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଗ୍ରାମର ଗ୍ରାମଦେବୀଙ୍କ ନିକଟରେ ଏକ ଅଳାଁ ବୃକ୍ଷରୋପଣ କରିଥିଲେ। ବିଶାଳ ରାଲିରେ ପାଞ୍ଚ ଖଣ୍ଡ ଗ୍ରାମର ଶତାଧିକ ମହିଳା ପୁରୁଷ ଏକତ୍ରିତ ହରୋଇ ସଚେତନ ମୂଳକ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ। ପରେ ଏକ ବିରାଟ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଏଥିଲେ ବନାଞ୍ଚଳ ଅଧିକାରୀ ଜଗନ୍ନାଥ ବିଷୋୟୀ ସଭାପତିତ୍ବ କରିଥିଲେ। ଶ୍ରୀ ବିଷୋୟୀ ସ୍ବାଗତ ଭାଷଣ ଦେବା ସହ ଅତିଥି ପରିଚୟ ଦେଇଥିଲେ।

Sambad

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ଦୋହନା ଟାଙ୍ଗୁଲ, ସରପଞ୍ଚ ଶିବ ଖେମୁଣ୍ଡୁ, ମାର୍କାପାଲୀ ସରପଞ୍ଚ ହାତୀରାମ ଗୋଡାଲି, ଏସିଏଫ ଶ୍ରୀକାନ୍ତ ନାୟକ ଓ ବିଭୁତି ଭୁଷଣ ବେହେରା, ଲିଲି ଅମାନାତ୍ୟ ପ୍ରମୁଖ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥିମାନେ ନିଜ ବକ୍ତବ୍ୟରେ ଜଂଗଲ ସୁରକ୍ଷାରେ ଗ୍ରାମବାସୀଙ୍କ ଭୁମିକା ଓ ଏହାର ଗୁରୁତ୍ବ ବିଝାଇବା ସହ ମହୁଲ ସଂଗ୍ରହ, ପୋଡୁ ଚାଷ, ବେଣ୍ଟ ଶିକାର ଦ୍ବାରା ବ୍ୟାପକ ଜଂଗଲ ନଷ୍ଟ ଏବଂ ଜୀବଜନ୍ତୁ ଲୋପ ପାଉଥିବା କହିଥିଲେ। ଏଥିସହ ପ୍ରକୃତି ଓ ପରିବେଶ ଉପରେ ଏହାର କୁପ୍ରଭାବ, ମୃତ୍ତିକା କ୍ଷୟ, ଅମ୍ଲଜାନ ଅଭାବ ଭଳି ସମସ୍ୟା ହେଉଥିବା ନେଇ ଅତିଥିମାନେ ବିସ୍ତୃତ ଭାବେ ଗ୍ରାମବାସୀଙ୍କୁ ବୁଝାଇଥିଲେ। କିପରି ଅଧିକରୁ ଅଧିକ ବୃକ୍ଷରୋପଣ କରାଯିବ ସେନେଇ ବୁଝାଇଥିଲେ।

ଜଂଗଲକୁ ନିଆଁ ଦାଉରୁ ରକ୍ଷା କରିବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା କେନ୍ଦୁଗୁଡା ବନ ସୁରକ୍ଷା ସମିତି ଏବଂ ବନ୍ଧଗୁଡା ବନ ସୁରକ୍ଷା ସମିତିକୁ ବନଖଣ୍ଡ ଅଧିକାରୀ ଶ୍ରୀ ମିରାସେ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ବନାଞ୍ଚଳର ସମସ୍ତ ଫରେଷ୍ଟର, ଫରେଷ୍ଟ ଗାର୍ଡ, ସ୍ବେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ, ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ବନଖଣ୍ଡ ଅଧିକାରୀ ଉପସ୍ଥିତ ସମସ୍ତ ଗ୍ରାମବାସୀଙ୍କୁ ଶପଥ ପାଠ ମଧ୍ୟ କରାଇଥିଲେ। ଶେଷରେ ମୋହନ ଗୁଡିଆ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର