ଟାୟାର ଗୋଦାମରେ ଭୟାବହ ଅଗ୍ନିକାଣ୍ଡ : ଅଳ୍ପକେ ବର୍ତ୍ତିଲା ରହମତ ନଗର

ରାଉରକେଲା : ଗତକାଲି ସେକ୍ଟର ୨୧ ନିକଟରେ ଥିବା ରହମତ ନଗର ବସ୍ତିରେ ଦୁଇଟି ଟାୟାର ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଭସ୍ମୀଭୂତ ହୋଇଯାଇଛି । କିନ୍ତୁ ଫାୟାର ବ୍ରିଗେଡ଼ ଟିମ ଏବଂ ପୁଲିସର ସମୟୋଚିତ ପଦକ୍ଷେପ ଯୋଗୁ ବସ୍ତିର ପ୍ରାୟ ୩୦୦ଘର ରକ୍ଷା ପାଇ ଯାଇଛି ।

ସୂଚନାଯୋଗ୍ୟ, ରାତି ପ୍ରାୟ ୧୨ ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା l ଖବର ପାଇ ୪ଟି ଫାୟାର ଟିମ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ରାଜ୍ୟ ସରକାରଙ୍କ ଏବଂ ରାଉରକେଲା ଇସ୍ପାତ କାରଖାନା ଫାୟାର ଟିମ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ପ୍ଲାଣ୍ଟସାଇଟ ଥାନା ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାରେ ସାହାଯ୍ୟ କରିଥିଲା।

ସମ୍ବନ୍ଧିତ ଖବର