ଝାରସୁଗୁଡ଼ା: ସରବାହାଲସ୍ଥିତ ଏକ ଆପାର୍ଟମେଣ୍ଟର ବେସ୍ମେଣ୍ଟରେ ଶନିବାର ଅଗ୍ନିକାଣ୍ଡ ଘଟଣା ଘଟିଛି। ବେସ୍ମେଣ୍ଟରେ ନିଆଁଲାଗିବାରୁ ୬ଟି ବାଇକ ପୋଡ଼ିଯାଇଛି।
ସୂଚନା ଅନୁସାରେ ଆଜି ଅପରାହ୍ଣ ପ୍ରାୟ ୧ଟା ୩୦ରେ ସରବାହାଲସ୍ଥିତ ‘ନ୍ୟୁୟ ହାଇଟ୍’ ଆପାର୍ଟମେଣ୍ଟରେ ନିଆଁ ଲାଗିବା ପରେ ଧୂଆ ବାହାରିଥିଲା। ଆପାର୍ଟମେଣ୍ଟରେ ରହୁଥିବା ଲୋକେ ପ୍ରଥମେ ଧୂଆଁ ଦେଖି ଡରି ଯାଇଥିଲେ। ସେମାନେ ନିଆଁ ଲିଭାଇବାକୁ ଉଦ୍ୟମ କରି ମଧ୍ୟ ବିଫଳ ହୋଇଥିଲେ। ପରେ ସେମାନେ ଦମକଳ ବାହିନୀଙ୍କୁ ଅଗ୍ନିକାଣ୍ଡ ସଂପର୍କରେ ସୂଚନା ଦେଇଥିଲେ। ଆପାର୍ଟମେଣ୍ଟର ଉପରକୁ ନିଆଁ ନ ବ୍ୟାପିବ ବୋଲି ଲୋକମାନଙ୍କୁ ତଳକୁ ଓହ୍ଲାଇବା ପାଇଁ ପରାମର୍ଶ ଦିଆଯାଇଥିଲା।
ଅଳ୍ପ ସମୟ ପରେ ବେଦାନ୍ତ କମ୍ପାନିରୁ ଫାୟାର ଗାଡ଼ି ଆସି ପହଂଚିଥିଲା। ପୁଣି ଝାରସୁଗୁଡ଼ା ସରକାରୀ ଦମକଳ ବାହିନୀ ପହଂଚିଥିଲେ। ଦମକଳ ବାହିନୀର ଉଦ୍ୟମ ଯୋଗୁଁ ନିଆଁକୁ ଆୟତ୍ତ କରାଯାଇଥିଲା। ମାତ୍ର କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି, ତାହା ଜଣାପଡ଼ି ନାହିଁ। ସଟ୍ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/jsg-1.jpg)