ମାଲକାନଗିରି: ପୌର ପରିଷଦ ଗୋଦାମ ଗୃହରେ ଅଗ୍ନିକାଣ୍ଡ, ୮ଟି ବାଇକ ପୋଡି ପାଉଁଶ

ଲକ୍ଷାଧିକ ଟଙ୍କାର ଫିନାଇଲ ଓ ବ୍ଲିଚିଂ ପାଉଡର ନଷ୍ଟ

ମାଲକାନଗିରି: ଜିଲ୍ଲାସଦର ମହକୁମାସ୍ଥିତ ପୌର ପରିଷଦର ଗୋଦାମ ଗୃହରେ ଶୁକ୍ରବାର ଅଗ୍ନିକାଣ୍ଡ ଲାଗିବାରୁ ୮ଟି ବାଇକ୍‌ ସମେତ ଲକ୍ଷାଧକ ଟଙ୍କାର ସଂପତ୍ତି ଭସ୍ମ ହୋଇଯାଇଛି। କେହି କିଛି ବୁଝିବା ଆଗରୁ ନିଆଁ ଅଣାୟତ୍ତ ହୋଇଥିଲା। ଚାହୁଁ ଚାହୁଁ ହୁତୁ ହୁତୁ ହୋଇ ନିଆଁ ଜୋର ଧରିଥିଲା। ଏହା ମାଲକାନଗିରି ଛକ ମଝିରେ ହୋଇଥିବାରୁ ଶହ ଶହ ଲୋକ ରୁଣ୍ଡ ହୋଇ ଘଟଣା ସଂପର୍କରେ ଜାଣିବାକୁ ଚାହୁଁଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀମାନେ ଆସିବା ପୂର୍ବରୁ ସବୁ ସରିଯାଇଥିଲା। ତେବେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଏକ ଗ୍ୟାସ ଟାଙ୍କିରୁ ଗ୍ୟାସ ଲିକ ହେବା ଫଳରେ ଏହି ଘଟଣାଟି ଘଟିଛି।

ପୌର ପରିଷଦର କାର୍ଯ୍ୟାଳୟ ପରିସର ଭିତରେ ଏହି ଗୋଦାମ ଗୃହଟି ରହିଛି। ଚାହୁଁ ଚାହୁଁ ନିଆଁ ଗୋଦାମ ଗୃହକୁ ନିଜ ଆୟତ୍ତି ନେଇଯାଇଥିଲା। ଲକ୍ଷାଧିକ ଟଙ୍କାର ବ୍ଲିଚିଂ ପାଉଟର ଓ ଫିନାଇଲ ସଂପୂର୍ଣ୍ଣ ନିଆଁରେ ପୋଡି ନଷ୍ଟ ହୋଇଯାଇଛି। ଏଥିସହ ଗୋଦାମ ଗୃହ ନିକଟରେ ରହିଥିବା ୮ଟି ବାଇକ ମଧ୍ୟ ନିଆଁରେ ପୋଡି ନଷ୍ଟ ହୋଇଯାଇଛି। ତେବେ ପୌର ପରିଷଦ କାର୍ଯ୍ୟାଳୟରେ ନିଆଁ ପଶି ପାରିନଥିବା ବେଳେ ଗୋଦାମ ଗୃହକୁ ଲାଗିରହିଥିବା ଷ୍ଟେଟ ବ୍ୟାଙ୍କ ଅଳ୍ପକେ ବର୍ତ୍ତିଯାଇଛି।

ଅଗ୍ନିଶମ ବିଭାଗର କର୍ମଚାରୀ ତୁରନ୍ତ ନିଆଁକୁ ଆୟତ୍ତ କରିଥିଲେ। ଷ୍ଟେଟ ବ୍ୟାଙ୍କ କର୍ମଚାରୀ ନିଜକୁ ଏବଂ ଅଫିସ ବଂଚାଇବାକୁ ଚେଷ୍ଟା ଜାରି ରିଖିଥିଲେ। ତେବେ ଏ ସଂପର୍କରେ ପୌର ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ନାଇଡୁଙ୍କୁ ପଚାରିବାରୁ ଏ ସେ କିଛି କହିପାରିବେ ନାହିଁ ବୋଲି କହିବା ସହ ହୁଏତ ଗୋଦାମ ଘରେ କେହି ସିଗାରେଟ ଫିଙ୍ଗି ଦେଇଥାଇ ପାରେ ବୋଲି କହିଥିଲେ। ତେବେ ଏହା କୌଣସି ଦୁର୍ବୃତ୍ତଙ୍କ କାମ ନୁହେଁ ତ ବୋଲି ସାଧାରଣରେ ଆଲୋଚନା ହେଉଥିଲା।

ବ୍ୟାଙ୍କକୁ  ଆସିଥିବା  ଗ୍ରାମହକ ମାନେ ଗୋଦାମ ଗୃହ ନିକଟରେ ବାଇକ ଗୁଡିକ ରଖିଥିଲେ। ସେମାନଙ୍କର ଆଖି ଆଗରେ ବାଇକ ଗୁଡ଼ିକ ଜଳିଯାଉଥିଲା କିନ୍ତୁ ସେମାନେ କିଛି କରିପାରୁ ନ ଥିଲେ। ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ପ୍ରଥମ ବ୍ୟାଙ୍କକୁ ଯେପରି ନିଆଁ ନଯିବ ସେଥିପ୍ରତି ଦୃଷ୍ଟି ଦେଇଥିଲେ। ଘଟଣାସ୍ଥଳରେ ଏସଡିପିଓ ଏବଂ ତହସିଲଦାର ପହଞ୍ଚି ଘଟଣାର ତଦନ୍ତ କରୁଥିଲେ।

 

ସମ୍ବନ୍ଧିତ ଖବର