ହିଟାଚିରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଶ୍ରମିକ

ଭଞ୍ଜନଗର: ଭଂଜନଗର ଥାନା ଅଧୀନ ଗୋଲାପଡା ଗ୍ରାମ ନିକଟରେ ଏକ ହିଟାଚିରେ ନିଆଁ ଲାଗିଥିବା ଜଣପଡିଛି। ଗ୍ରାମର ସପ୍ନେନେଶ୍ବର ମନ୍ଦିର ଠାରେ ଚାଲିଥିବା କେନାଲ କାମରେ ହିଟାଚି ମେସିନ୍ ଲାଗିଥିବା ବେରଳେ ହଠାତ୍ ପଛ ଭାଗରୁ ନିଆଁ ବାହାରିଥିଲା। ଏହି ସମୟରେ ଗୋଲାପଡା ଗ୍ରାମର ଜଣେ ଗାଈ ଜଗୁଆଳ ଏହା ଦେଖି ପାଟି କରିଥିଲେ। ଯାହା ଫଳରେ ସେଥିରେ ବସିଥିବା ଶ୍ରମିକ ଓ ଚାଳକ ତଳକୁ ଡେଇଁ ପଡି ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। ନିଆଁ ଜୋର୍‌ରେ ଲାଗିବାରୁ ଆୟତ୍ତ କରିବା ଅସମ୍ଭବ ହୋଇପଡିଥିଲା। ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ସେମାନେି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବା ବେଳେ ସଟ୍ ସର୍କିଟ୍ରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର