ହୁତହୁତ ହୋଇ ଜଳିଲା ଗ୍ୟାସ ଟାଙ୍କି, ପୋଡିଗଲା ଗୁହାଳ

ବାଲିପାଟଣା: ଆଜି ସନ୍ଧ୍ୟାରେ ପମ୍ପାଲୋ ପଞ୍ଚାୟତ ନୂଆପଡା ଗ୍ରାମରେ କାଳନ୍ଦୀ ରାଉତରାୟଙ୍କ ଗ୍ୟାସ ଟାଙ୍କିରେ ନିଆଁ ଲାଗି ହୁତହୁତ ହୋଇ ଜଳିଥିଲା। ଘରେ ରୋଷେଇ ପ୍ରସ୍ତୁତ ହେଉଥିବା ବେଳେ ହଠାତ ନିଆଁ ଲାଗି ଯାଇଥିଲା। ନିଆଁର ପ୍ରକୋପରେ ଘରକୁ ଲାଗି ରହିଥିବା ପ୍ରେମାନନ୍ଦ ରାଉତରାୟଙ୍କ ଗୁହାଳକୁ ନିଆଁ ବ୍ୟାପିଥିଲା । ଗ୍ରାମବାସୀଙ୍କ ସହାୟତାରେ ଗୁହାଳୁ ୪ ଟି ଗାଇଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ହେଲେ ଗୁହାଳଟି ସମ୍ପୂର୍ଣ ଜଳି ଯାଇଛି। ସେହିପରି କାଳନ୍ଦୀଙ୍କ ଘରର ଆସବାବପତ୍ର ଜଳି ଯାଇଥିବା ଶୁଣିବାକୁ ମିଳିଛି। ବାଲିପାଟଣା ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଥିଲା।

ସମ୍ବନ୍ଧିତ ଖବର