ନିଆଁ ଲାଗି ୨ ପରିବରର ଘର ଧ୍ବଂସ, ଲକ୍ଷାଧିକ ସମ୍ପତ୍ତି ନଷ୍ଟ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଜାମଚୁଆଁ ଗ୍ରାମରେ ଥିବା ୨ ପରିବାରର ରେ ନିଆଁ ଲାଗି ସମସ୍ତ ଆବାସ ପତ୍ର ତଥା ସମ୍ପତ୍ତି ନଷ୍ଟ ହୋଇ ଯାଇଥିବା ଜଣାପଡିଛି। ଖପ୍ରାଖୋଲ ବ୍ଲକ  ଜାମଚୁଆଁ ଗ୍ରାମର କୈଳାଶ ସାହୁ ଏବଂ ରାଧେଶ୍ୟାମ ସାହୁ ସକାଳୁ ଘରୁ ବାହାରି ଅନ୍ୟତ୍ର ଯାଇଥିଲେ। ତେବେ ସେମାନେ ଘରେ ନ ଥିବା ସମୟରେ ଦୁହିଁଙ୍କ ପରିବାରର ଘରେ କୌଣସି ମତେ ନିଆଁ ଲାଗିଥିଲା।
ନିଆଁ ଉଗ୍ର ରୂପ ନେବା ପରେ ପଡୋଶୀ ମାନେ ଦେଖି ଏ ସମ୍ପର୍କରେ କୈଳାଶ ଓ ରାଧେଶ୍ୟାମଙ୍କୁ ଖବର ଦେବା ସହିତ ଗ୍ରାମବାସୀଙ୍କ ସହଯୋଗରେ ନିଆଁ ଲିଭାଇ ଥିଲେ। ହେଲେ ନିଆଁ ହୁ ହୁ ହୋଇ ଜଳୁଥିବା ଦେଖି ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ହେଲେ ସେତିକି ବେଳେ ଉଭୟ ପରିବାରର ଆବାସ ପତ୍ର ଜଳି ପୋଡି ନଷ୍ଟ ହୋଇ ଯାଇଥିଲା।
ଏହି ଘର ପୋଡି ଦ୍ବାରା ଉଭୟ କୈଳାଶ ଓ ରାଧେଶ୍ୟାମଙ୍କ ଲକ୍ଷାଧିକ ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡିଛି। କୈଳାଶ ସାହୁ ଏବଂ ରାଧେଶ୍ୟାମ ସାହୁ ଗରିବ ଶ୍ରେଣୀର ହୋଇଥିବା ବେଳେ ତାଙ୍କ ଘର ଏବଂ ଆବାସ ପତ୍ର ଜଳି ପଡି ନଷ୍ଟ ହେବାରୁ ଅସହାୟ ଅବସ୍ଥାରେ ରହିଛନ୍ତି। ସେମାନେ ତାଙ୍କ କ୍ଷତି ପୂରଣ ଦାବୀ କରିଥିବା ଜଣାପଡିଛି।
ସମ୍ବନ୍ଧିତ ଖବର