କଟକ: ସ୍ଥାନୀୟ ବିଜୁ ପଟ୍ଟନାୟକ ଛକରେ ଥିବା ଏକ ମିକ୍ସଚର ଦୋକାନରେ ଆଜି ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହେବାରୁ ଚାରିଆଡ଼େ ନିଆଁ ଲାଗିଛି। ଅଗ୍ନିକାଣ୍ଡରେ ଦୋକାନ ଭିତରେ ଥିବା ସମସ୍ତ ଆସବାସପତ୍ର ନଷ୍ଟ ହୋଇଯାଇଛି। ସୂଚନା ମିଳିବା ପରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ନିଆଁ ଲିଭା କାମ ଜାରି ରଖିଛନ୍ତି।
ସୂଚନା ଅନୁସାରେ ଜଗନ୍ନାଥ ମିକ୍ସଚର ଭଣ୍ଡାର ନାମକ ଦୋକାନରେ ଗ୍ୟାସ ସିଲିଣ୍ଡର ଫାଟି ନିଆଁ ଲାଗିଥିଲା। ଫଳରେ ଦୋକାନ ଭିତରେ ଥିବା ସମସ୍ତ ଆସବାବପତ୍ର ନଷ୍ଟ ହୋଇଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଉପସ୍ଥିତ ରହି ନିଆଁ ଲିଭାଇବା ଜାରି ରଖିଥିବା ସୂଚନା ରହିଛି। ତେବେ ଗ୍ୟାସ ସହିତ ନିଆଁ କେମିତି ସଂଯୋଗ ହେଲା ତାର ପ୍ରକୃତ କାରଣ ଜଣାପଡ଼ି ନାହିଁ। ନିଆଁଁ ଚାରିଆଡ଼େ ବ୍ୟାପିବା ପୂର୍ବରୁ ଦମକଳ ବାହିନୀ ଏହାକୁ ନିୟନ୍ତ୍ରିତ କରିଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/d7eb4554-8dcc-409a-b4c0-bc126eee2e92.jpg)