ନାରୀଗୋଚ୍ଛାରେ ଅଗ୍ନିକାଣ୍ଡ; ଲକ୍ଷାଧିକ ଟଙ୍କାର ଧାନ ପୋଡି ପାଉଁଶ

୨ ଦୋକାନ ଘର ସହ ୫ ବଖରା ଭସ୍ମିଭୂତ

ଭଞ୍ଜନଗର: ଅନେକ ପ୍ରାକୃତିକ ବିର୍ପଯୟରେ କ୍ଷତି ସହ୍ୟ କରି ଅଣ୍ଟା ସଳଖିବା ପାଇଁ ଚେଷ୍ଟା କରୁଥିବା ଚାିଷୀ ଉପରେ ହଠାତ ପଡିଛି ବିପତ୍ତି । କରୋନା ଭଳି ପ୍ରତିକୂଳ ସ୍ଥତିରେ ମଧ୍ୟ କଠିନ ପରିଶ୍ରମ କରି ଅମଳ କରିଥିବା ସୁନାର ଫସଲରେ ଲାଗି ଯାଇଛି ନିଆଁ। ବର୍ଷ ଯାକର ଆହାର ଜଳି ପୋଡି ପାଉଁଶ ହୋଇଯାଇଛି। ନିଜ ପାଇଁ ଆହାର ଯୋଗାଡ କରିବା ସହ ଧାନ ବିକ୍ରି କରି ପରିବାର ପ୍ରତିପୋଷଣ କରିବାର ସ୍ବପ୍ନ ଦେଖିଥିବା ଚାଷୀର ସ୍ବପ୍ନ ଆଜି ଭାଙ୍ଗି ପଡିଛି। ନିଜ ଆଖି ସାମ୍ନାରେ ଜଳି ପୋଡି ପାଉଁଶ ହେଉଥିବା ଦୃଶ୍ୟକୁ ଦେଖି ଆଖି ଲୁହକୁ ସମ୍ଭାଳି ପାରି ନାହିଁ। ତାସାଙ୍ଗକୁ ପୋଡି ପାଉଁଶ ହୋଇ ଯାଇଛି ୨ ପରିବାରର ୫ ବଖରା ଘର। ଆଉ ଜଳି ପୋିଡି ପାଉଁଶ ହୋଇଯାଇଛି ସମସ୍ତ ଆସବାପତ୍ର। ଦେଖୁ ଦେଖୁ ନିଆର କରାଳ ମଧ୍ୟରେ ସବୁକିଛି ପୋଡି ହୋଇଯାଇଥଇଲା। ଏଭଳି ଦୁଖଃଦ ଭରା ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ଉପାନ୍ତ ଅଞ୍ଚଳ ତାରସିଂ ଥାନା ଅଧୀନ ନାରୀଗୋଚ୍ଛା ଗ୍ରାମରେ।

ଗ୍ରାମର ଋଷି ଗୌଡ,ଭଗବାନ ଡାକୁଆ ଏବଂ ପ୍ରଦିପ ଦଳବେହେରାଙ୍କ ଧାନ ଖଳାରେ ଗଦା ହୋଇଥିବା ସମସ୍ତ ଧାନ ବସ୍ତା ପୋଡି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଖଳାରେ ରହିଥିବା ଋଷି ଗୌଡଙ୍କ ୧୮୦ ବସ୍ତା,ପ୍ରଦିପ ଦଳବେହେରାଙ୍କ ୪୦ ବସ୍ତା ଏବଂ ଭଗବାନ ଡାକୁଆର ୧୮ ବସ୍ତା ଧାନ ଏହି ଅଗ୍ନିକାଣ୍ଡରେ ପୋଡି ଯାଇଥିବା ଜଣାପଡିଛି। ଏଥିସହ ୨ ଗୋଟି ତେଜରାତି ଦୋକାନରେ ମଧ୍ୟ ନିଆଁ ଲାଗି ସମସ୍ତ ଜିନିଷପତ୍ର ନଷ୍ଟ ହୋଇଯାଇଛି।

ଗ୍ରାମର ଯୋଗେନ୍ଦ୍ର ପ୍ରଧାନ ଏବଂ କିଶୋର ପ୍ରଧାନ ପାଖାପାଖି ଦୁଇଟି ତେଜରାତି ଦୋକାନ କରିଥିବା ବେିଳେ ତାହା ମଧ୍ୟ ନିଆଁ ଦାଉରୁ ରକ୍ଷା ପାଇ ନଥିଲା। ଏଥିସହ ଋଷି ଗୌଡଙ୍କ ଘର ଏବଂ କୃଷି ଯନ୍ତ୍ରପାତି ରଖିବା ପାଇଁ କରିଥିବା ଷ୍ଟୋର ରୁମ୍ ଏବଂ ପଙ୍କଜ ସେଠୀଙ୍କ ଘର ୫ ବଖରା ପୋଡି ସଂପୂ୍ର୍ଣ୍ଣ ନଷ୍ଠ ହୋଇଯାଇଛି । ଆଜି ଅପରାହ୍ନ ସମୟରେ ନିଆଁ ଲାଗିଥିବା ଦେଖି ଗ୍ରାମବାସୀ ମାନେ ନିଆଁ ଲିଭାଇବା ପାଇଁ ବହୁ ଚେଷ୍ଟା କଲେ ମଧ୍ୟ ତାହା ସମୟକ୍ରମେ ବଢିବାରେ ଲାଗିଥିଲା। ଉପାନ୍ତ ଇଲାକା ହୋଇଥିବାରୁ ଭଞ୍ଜନଗରରୁ ଅଗ୍ନିଶମ ବାହିନୀଙ୍କ ପହଞ୍ଚିବାରେ ମଧ୍ୟ ବିଳମ୍ବ ହେବାରୁ ନିଆଁକୁ ଆୟତ୍ତ କରାଯାଇ ପାରିନଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ୪ ଘଣ୍ଟା ସମୟ ଲାଗିଥିଲା। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବା ବେଳେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ରାଜସ୍ବ ବିଭାଗ ପକ୍ଷରୁ ପହଞ୍ଚି କ୍ଷୟକ୍ଷତି ଆକଳନ କରିବା ସହ ଘର ପୋଡି ଥିବା ବ୍ୟକ୍ତିଙ୍କୁ ପାଲ ପ୍ରଦାନ କରାଯାଇଥିବା ରାଜସ୍ବ ଅଧିକାରୀ ସୁଶାନ୍ତ କୁମାର ଜାନୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର