ଖୋର୍ଦ୍ଧା: ଆଜି ଅପରାହ୍ଣ ପ୍ରାୟ ସାଢ଼େ ୫ଟା ବେଳେ ୧୬ ନମ୍ବର ଜାତୀୟ ରାଜପଥର ଶିଳ୍ପାଂଚଳ ଫାଣ୍ଡି ଅନ୍ତର୍ଗତ ଗଡ଼ ଖୋର୍ଦ୍ଧା ନିକଟରେ ଏକ ଚିପ୍ସ ବୋଝେଇ ହାଇୱାରେ ଅଚାନକ ନିଆଁ ଲାଗି ଯାନଟିର ସମ୍ମୁଖ ଭାଗ ସଂପୂର୍ଣ୍ଣ ଜଳିଯାଇଛି । ତେବେ ନିଆଁ ହାଇୱାର ଡିଜେଲ୍ ଟାଙ୍କିକୁ ନିଆଁ ଲାଗିବା ପୂର୍ବରୁ ଅଗ୍ନିଶମ ବିଭାଗ ପହଁଚି ନିଆଁକୁ ଲିଭାଇବାରେ ସକ୍ଷମ ହୋଇଥିଲେ ।
ହାଇୱା (ଓଡି ୦୨ବିଜି ୧୪୪୭) ଚିପ୍ସ ନେଇ ତାପଙ୍ଗକୁ ଭୁବନେଶ୍ୱର ଯାଉଥିଲା। ଏହି ସମୟରେ ଟ୍ରକ୍ର ସମ୍ମୁଖ ଭାଗରେ ହଠାତ୍ ନିଆଁ ଲାଗିଯାଇଥିଲା। ଟ୍ରକ୍ ଚାଳକ ଓ ସହାୟକ ଟ୍ରକ୍ରୁ ଓହ୍ଲାଇ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସକ୍ଷମ ହୋଇପାରିନଥିଲେ। ପ୍ରାୟ ୩୦ ମିନିଟ ପରେ ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଲିଭାଇଥିଲେ। ଶିଳ୍ପାଂଚଳ ଫାଣ୍ଡି ପୁଲିସ ଟ୍ରକ୍ଟିକୁ ଜବତ କରିଛି। ଏନେଇ ଅଗ୍ନିଶମ ବିଭାଗ ଅଧିକାରୀ ମୀନକେତନ ବେହେରା କହିଛନ୍ତି ଟ୍ରକ୍ଟିର ବ୍ୟାଟେରି କମ୍ପାର୍ଟମେଂଟ୍ରେ ସର୍ଟ ସର୍କିଟ୍ ଘଟି ନିଆଁ ଲାଗିଥିଲା । ତେବେ ନିଆଁ ଯଦି ଡିଜେଲ୍ ଟାଙ୍କିକୁ ଲାଗିଥାନ୍ତା ତେବେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଥାନ୍ତା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/Khordha-NH-16-re-Hywa-re-fire.jpg)