ଭଞ୍ଜନଗର: ବ୍ୟାପକ ଧରପଗଡ ଓ ଚଢାଉ ସତ୍ତ୍ୱେ ବିଭିନ୍ନ ସ୍ଥାନରେ ବେଆଇନ ବାଣ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ବର୍ଷ କରୋନା ସଂକ୍ରମଣ ପାଇଁ ଦୀପାବଳିକୁ ସବୁଜ ଦୀପାବଳି ଭାବେ ପାଳନ କରିବା ପାଇଁ ଆହ୍ଵାନ କରିବା ସହ ବାଣ ବିକ୍ରି ଓ ଫୁଟାଇବା ନିମନ୍ତେ ସଂପୂର୍ଣ୍ଣ ବାରଣ କରାଯାଇଛି। ତଥାପି ଅନେକ ସ୍ଥାନରେ ବେଆଇନ ଭାବେ ବାଣ ବିକ୍ରି ରହିଥିବା ଦେଖିବାକୁ ମିଳିଛି।
ଗଂଜାମ ଜିଲ୍ଲା ଆସିକା, ଧରାକୋଟ, ଗାଙ୍ଗପୁର ପୁଲିସ୍ ପକ୍ଷରୁ ପୂର୍ବରୁ ଚଢାଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରାଯାଇଥିବା ବେଳେ ଆଜି ଭଞ୍ଜନଗର ପୁଲିସ୍ ପକ୍ଷରୁ ବାଉଁଶଲୁଣ୍ଡିରୁ ଲକ୍ଷାଧିକ ଟଙ୍କାର ବାଣ ଜବତ କରଯାଇଥିବା ଦେଖିବାକୁ ମିଳିଛି। ଏଥିସହ ବେଆଇନ ଭାବେ ବାଣ ରଖିଥିବା ଅଭିଯୋଗରେ ସଞ୍ଚୟ କୁମାର ପ୍ରଧାନକୁ ଗିରଫ କରିଛି। ଏନେଇ ଥାନାରେ କେସ୍ ନଂ ୫୫୯ରେ ଏକ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/71690763-2f2f-48b2-bfbf-7887463dc1ba-1.jpg)