ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ବାଘବର ପଞ୍ଚାୟତ ଅନ୍ତର୍ଗତ ରଞ୍ଜଣା ଗ୍ରାମର ଭଗବାନ ବଗାରଙ୍କ ଘରେ ଆଜି ସକାଳେ ବିଦ୍ୟୁତ୍ ସଟ୍ ସର୍କିଟ ଯୋଗୁଁ ଅଗ୍ନିକାଣ୍ତ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ପରିବାର ଲୋକ ବିଲକୁ ଧାନ କାଟିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି।
/sambad/media/post_attachments/wp-content/uploads/2020/11/6c8c654d-67b4-4fe9-aa77-9b3aaf6583be-225x300.jpg)
ଘର ଭିତରୁ ଧୂଆଁ ବାହାରୁଥିବା ଦେଖି କିଛି ସ୍ଥାନୀୟ ଘର ଲୋକଙ୍କୁ ଖବର ଦେବା ସହିତ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ପରେ ଅଗ୍ନିଶମ ବାହିନୀକୁ ଫୋନ୍କୁ କରିଥିଲେ। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଘରେ ଥିବା ଏଲ୍ଇଡି ଟିଭି, ଆଲଣା, ୨ଟି ମୋବାଇଲ, ନଗଦ ୧୬ ହଜାର ଟଙ୍କା, ସୁନା କାନ ଫୁଲ ଏବଂ ଦରକାରୀ କାଗଜପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଖବରପାଇ ସ୍ଥାନୀୟ ସରପଞ୍ଚ ଘଟଣାସ୍ଥଳରେ ପହଞ୍ଚି ବିପନ୍ନ ପରିବାରକୁ ଆଶ୍ବାସନା ଦେବା ସହିତ ସହାୟତା ଯୋଗାଇ ଦେବାକୁ ଆଶ୍ୱାସନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/fire-2.jpg)