ସିମୁଳିଆ: ଗୁହାଳରେ ଲାଗିଥିଲା ମଶା ଧୂପରୁ ଅଗ୍ନିକାଣ୍ଡ ଘଟି ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ବଙ୍ଗାଳପୁର ପଞ୍ଚାୟତ ଇଶାଣ ଗାଁରେ  ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି ।

Advertisment

ରାତିରେ ଅଗ୍ନିକାଣ୍ଡ ଘଟି ଗାଁର ଧିରେନ ମଲ୍ଲିକଙ୍କ ଘର ଜଳି ଯାଇଛି। ସେ ବିଲ ମଝିରେ ଘର କରିଥିବାରୁ ଏକୁଟିଆ ନିଆଁକୁ ଆୟତ୍ତ କରିପାରି ନ ଥିଲେ। ସେ ଡାକିବା ପରେ ଗ୍ରାମବାସୀ ଉଦ୍ଧାର କାର୍ଯ୍ୟ କରିଥିଲେ।

ଅଧିକ ପଢ଼ନ୍ତୁ: ଜାନୁଆରିରେ ପଶ୍ଚିମାଝଡ଼: ବର୍ଷା ପରିମାଣ ବଢ଼ିବ

ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡରେ ଘରେ ଥିବା ୧୦ କୁଇଣ୍ଟାଲ ଧାନ ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ ହୋଇଯାଇଛି ।

ଅଧିକ ପଢ଼ନ୍ତୁ: ସର୍ବନିମ୍ନ ତାପମାତ୍ରା ପୁଣି କମିବ