ମହାକାଳପଡ଼ା: ମହାକାଳପଡ଼ା ବ୍ଲକ୍‌ ଅନ୍ତର୍ଗତ ବଉଳକଣି ପଞ୍ଚାୟତର ଛପାଲି ଗାଁରେ ଆଜି ଭୋରରେ ବିଦ୍ୟୁତ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଗ୍ରାମର ବିଶ୍ୱରଞ୍ଜନ ତରାଇ, ଜ୍ଞାନରଞ୍ଜନ ତରାଇ ଓ ମନୋରଞ୍ଜନ ତରାଇଙ୍କ ୬ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛନ୍ତି।