ଭରତପୁର କୋଇଲା ଖଣିର ରିଜିଓନାଲ ଷ୍ଟୋରରେ ଭୟାବହ ଅଗ୍ନିକାଣ୍ଡ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ଭରତପୁର କୋଇଲା ଖଣିର ରିଜିଓନାଲ ଷ୍ଟୋରରେ ଆଜି ନିଆଁ ଲାଗିଛି। ଘଟଣାରେ ପ୍ରାୟ ୫୪ଟି ବଡ଼ ବଡ଼ ଗାଡି ଟାୟାର ହୁ ହୁ ହୋଇ ଜଳିଯାଇଛି। ନିଆଁକୁ ଆୟତ୍ତ କରିବା ପାଇଁ ୪ଟି ଅଗ୍ନିଶମ ବାହିନୀ ଗାଡି ସହିତ ମୋଟ ୭ଟି ଗାଡି ନିୟୋଜିତ ହୋଇଛନ୍ତି। କିନ୍ତୁ ନିଆଁର ପ୍ରକୋପ ଏମିତି ବ୍ୟାପିଛି ଯେ ନିଆଁ ଲିଭିବାର ନାଁ ଧରୁନି।

ମିଳିଥିବା ତଥ୍ୟ ମୁତାବକ, ଆଜି ଦିନ ପ୍ରାୟ ୩ଟା ବେଳେ ଏହି ଘଟଣା ଘଟିଥିଲା। ଷ୍ଟୋର ପଟରେ ଥିବା ଜଙ୍ଗଲରେ କୌଣସି କାରଣରୁ ନିଆଁ ଲାଗିଥିଲା। ସେହି କାରଣରୁ ହିଁ ଷ୍ଟୋରରେ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ସୂଚନା ପାଇ ତାଳଚେର, ଭରତପୁର ସମେତ ତିନୋଟି କୋଇଲା ଖଣିର ଅଗ୍ନିଶମ ଗାଡି ଆସି ନିଆଁ ଲିଭାଇବା କାମରେ ଲାଗିଛନ୍ତି। ରିପୋର୍ଟ ଲେଖା ଯିବା ସୁଦ୍ଧା ନିଆଁ ଆୟତ୍ତ ହୋଇ ପାରିନାହିଁ। ଅଗ୍ନିକାଣ୍ଡରେ ବହୁ ଲକ୍ଷ ଟଙ୍କାର କ୍ଷୟ କ୍ଷତି ହୋଇଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର