ରାଉରକେଲା ସେକ୍ଟର-୧୫ରେ ଛିଡ଼ା ହୋଇଥିବା ବାଇକରେ ହଠାତ୍ ଲାଗିଲା ନିଆଁ

ରାଉରକେଲା: ରାଉରକେଲାସ୍ଥିତ ସେକ୍ଟର-୧୫ରେ ମଙ୍ଗଳବାର ଅପରାହ୍ନରେ ହଠାତ ଏକ ବାଇକରେ ନିଆଁ ଲାଗି ଯିବାରୁ ତାହା ହୁତୁହୁତୁ ହୋଇ ଜଳି ଉଠିଥିଲା। କିଛି ସମୟ ଭିତରେ ବାଇକଟି ପୂରା  ଜଳି ପାଉଁଶ ହୋଇ ଯାଇଥିବା ଦେଖିବାକୁ ମିଳିଥିଲା । ତେବେ ବାଇକଟିରେ ନିଆଁ କେଉଁ କାରଣରୁ ଲାଗିଲା ତାହା ଏଯାବତ୍ ସ୍ପଷ୍ଟ ହୋଇ ପାରିନାହିଁ।

ସୂଚନାଯୋଗ୍ୟ, ସେକ୍ଟର-୧୫ସ୍ଥିତ ଏକ ବିଦେଶୀ ମଦ ଦୋକାନ ସମ୍ମୁଖରେ ଏକ ବାଇକ ଛିଡ଼ା ହୋଇଥିଲା। ଅପରାହ୍ନ ସମୟରେ ଦେଖୁଦେଖୁ ଏହି ବାଇକରେ ହଠାତ ନିଆଁ ଲାଗି ଯାଇଥିଲା। ତେବେ ସର୍ଟସର୍କିଟ୍ କି ଅନ୍ୟ କେଉଁ କାରଣରୁ ଏହି ନିଆଁ ଲାଗିଛି ତାହାର ତଦନ୍ତ ଚାଲିଛି। ତେବେ ବାଇକଟି କାହାର ତାହା ବି ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନଥିଲା।

ସମ୍ବନ୍ଧିତ ଖବର