ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜ ନଗର ଉପଖଣ୍ଡ ଅନ୍ତର୍ଗତ ପାଇଲିପଡ଼ା ଠାରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ ଗତକାଲି ରାତିରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଗତକାଲି ରାତି ପ୍ରାୟ ରାତି ୩ଟା ସମୟରେ ବ୍ୟାଙ୍କରେ ନିଆଁ ଲାଗି ଯାଇଥିଲା। ଆଜି ସକାଳେ ମର୍ଣ୍ଣିଂ ଓ୍ଵାକ୍ରେ ଯାଇଥିବା କିଛି ଲୋକ ବ୍ୟାଙ୍କ୍ରୁ ଧୂଆଁ ବାହାରୁ ଥିବାର ଦେଖି ଦମକଳ ଓ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଦମକଳଗାଡ଼ି ଆସି ନିଆଁକୁ ଆୟତ କରିଛି। ଏହି ଅଗ୍ନିକାଣ୍ଡରେ ବ୍ୟାଙ୍କର କମ୍ପ୍ୟୁଟର , କାଗଜପତ୍ର ଓ ଅନ୍ୟାନ୍ୟ ଆସବାବପତ୍ର ପୋଡ଼ିଯାଇଛି। ତେବେ ବ୍ୟାଙ୍କ କର୍ତ୍ତୃପକ୍ଷ ଯାଞ୍ଚ କରି ସାରିବା ପରେ ପ୍ରକୃତ କ୍ଷୟକ୍ଷତି ଜଣାପଡ଼ିବ। ଏହି ଅଗ୍ନିକାଣ୍ଡରେ ଟଙ୍କା ପୋଡ଼ିଛି କିମ୍ବା ନାହିଁ ତାହା ଜଣା ପଡ଼ି ନାହିଁ।
ଭଞ୍ଜନଗର: ବ୍ୟାଙ୍କରେ ଲାଗିଗଲା ନିଆଁ
/sambad/media/post_attachments/wp-content/uploads/2019/01/bio.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)