ବୌଦ୍ଧ: ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ମୁଣ୍ଡିପଥର ଗ୍ରାମପଞ୍ଚାୟତ ଅନ୍ତର୍ଗତ କଳାପଥର ଗାଁରେ ଅଗ୍ନିକାଣ୍ଡ ଘଟି ଜୈନକ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଭାଇ ଗୁରୁତର ଆହତ ହୋଇଛି। ଆହତ ଭାଇକୁ ସଙ୍ଗେସଙ୍ଗେ ଉଦ୍ଧାର କରି ଚିକିତ୍ସା ପାଇଁ ବୌଦ୍ଧ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

publive-image

ସୂଚନାଯୋଗ୍ୟ, ଆଜି ସକାଳ ପ୍ରାୟ ୧୧ଟା ସମୟରେ କଳାପଥର ଗାଁର ମହେଶ୍ୱର ପ୍ରଧାନ (୩୫)ଙ୍କ ଘରେ ସର୍ଟସର୍କିଟ ଲାଗି ୫ବଖରା ଘର ଭସ୍ମୀଭୂତ ହୋଇଯାଇଛି। ଘରେ ନିଆଁ ଲାଗିବାରୁ ସଙ୍ଗେସଙ୍ଗେ ଜିନିଷ ପତ୍ର ବାହାରକରିବାକୁ ଯାଇ ମହେଶ୍ୱରଙ୍କ ଭଉଣୀ ଭାଗ୍ୟବତୀ ପ୍ରଧାନ (୨୫) ନିଆଁରେ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଭାଇ ମହେଶ୍ୱରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଚିକିତ୍ସା ପାଇଁ ବୌଦ୍ଧ ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବାଉଁଶୁଣି ଅଗ୍ନିଶମ କର୍ମଚାରୀ ଓ ଗ୍ରାମବାସୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ପାଖାପାଖି ୬୦ ହଜାର କ୍ଷୟକ୍ଷତି ହୋଇଥିବା ମୁଣ୍ଡପଡ଼ା ଆରଆଇ ଆକଳନ କରିଥିବା ଜଣାଯାଇଛି।