ପୁରୀ: ସାକ୍ଷୀଗୋପାଳ ମନ୍ଦିର ପାଖରେ ଅଗ୍ନିକାଣ୍ଡ। ପାର୍କିଂ ହୋଇଥିବାବେଳେ ଏକ ବସ ଜଳିଯାଇଛି | ମିଳିଥିବା ସୂଚନା ମୁତାବକ ଆଜି ମନ୍ଦିର ପଛପଟେ ପର୍ଯ୍ୟଟକଙ୍କୁ ନେଇ ଆସିଥିବା ଏହି ବସରେ ନିଆଁ ଲାଗିଯାଇଥିଲା | ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ପାର୍କିଂ କରି ଯାତ୍ରୀମାନେ ବାହାରେ ଖାଉଥିବା ବେଳେ ଅଗ୍ନିକାଣ୍ଡ ହୋଇଥିଲା ଯେଉଁଥିପାଇଁ କୌଣସି ଯାତ୍ରୀଙ୍କର କିଛି କ୍ଷତି ହୋଇନାହିଁ |
ମିଳିଥିବା ସୂଚନା ମୁତାବକ ଉତ୍ତରପ୍ରଦେଶରୁ ପୁରୀ ବୁଲିବାକୁ ପର୍ଯ୍ୟଟକମାନେ ଆସିଥିଲେ | ଆଜି ପର୍ଯ୍ୟଟକଙ୍କୁ ନେଇ ଆସିଥିବା ବସ ସାକ୍ଷୀଗୋପାଳ ମନ୍ଦିର ପଛପଟେ ଠିଆ ହୋଇଥିଲା | ବସ ପଛପଟେ ରୋଷେଇ ଚାଲିଥିବାବେଳେ ଗ୍ୟାସ ଲିକ କାରଣରୁ ଅଗ୍ନିକାଣ୍ଡ ହୋଇଥିବାର ସନ୍ଦେହ କରାଯାଉଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/13a1da04-b68a-4c2e-8dc0-e97ee953d8e5.jpg)