ପେଟ୍ରୋଲ ପମ୍ପରୁ ତେଲ ଭର୍ତ୍ତି କରି ବାହାରୁ ଥିବା ସମୟରେ ହଠାତ କାରରେ ଲାଗିଲା ନିଆଁ: ଅଳ୍ପକେ ବର୍ତ୍ତିଲେ କାର ଚାଳକ

ରାଉରକେଲା: ରାଉରକେଲା ଡେଲି ମାର୍କେଟସ୍ଥିତ ପେଟ୍ରୋଲ ପମ୍ପରୁ ତେଲ ଭର୍ତ୍ତି କରି ବାହାରୁ ଥିବା ସମୟରେ ଏକ କାରରେ ନିଆଁ ଲାଗି ଯାଇଥିଲା। ସୌଭାଗ୍ୟବଶତଃ ଏଥିରେ କାହାର କିଛି କ୍ଷତି ହୋଇନାହିଁ।

ସୂଚନାଯୋଗ୍ୟ, ଆଜି ରାଉରକେଲା ଡେଲି ମାର୍କେଟସ୍ଥିତ ପେଟ୍ରୋଲ ପମ୍ପକୁ ଏକ ଇକୋସ୍ପୋର୍ଟ କାର ତେଲ ଭରିବାକୁ ଆସିଥିଲା। ତେଲ ଭରି ସାରିବା ପରେ ପେଟ୍ରୋଲ ପମ୍ପରୁ ବାହାରୁଥିବା ବେଳେ ସେଥିରେ  ନିଆଁ ଲାଗିଯାଇଥିଲା ।

ହଠାତ ଇଞ୍ଜିନ ଭିତରୁ ପ୍ରବଳ ଧୂଆଁ ବାହାରିବା ପରେ କାରରେ ନିଆଁ ଲାଗି ଯାଇଥିବା ଦେଖିବାକୁ ମିଳିଥିଲା। ସଙ୍ଗେସଙ୍ଗେ ପେଟ୍ରୋଲ ପମ୍ପ କର୍ମଚାରୀ ଓ ସ୍ଥାନୀୟ ଲୋକେ ନିଆଁ ଲିଭାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଏହାପରେ ପେଟ୍ରୋଲ ପମ୍ପ କର୍ମଚାରୀ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ତେବେ, କାର ଚାଳକ ସୁରକ୍ଷିତ ଥିବାବେଳେ ନିଆଁ ଲିଭିବା ବେଳକୁ କାରଟି ସମ୍ପୂର୍ଣ୍ଣ ଜଳି ସାରିଥିଲା। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଅଛି। ପ୍ଲାଣ୍ଟସାଇଟ ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର