କାଳିଆପାଣି:: ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲ ରାଁସୋଳ ପଞ୍ଚାୟତ କଲରଙ୍ଗି ବୁରୁରାପୁଦ୍ ଗାଁ ଜମିରେ ଗତକାଲି ରାତି ଲାଗିଥିବା ନିଆଁକୁ ଆୟତ୍ତ କରିବାକୁ ଯାଇ ଗ୍ରାମବାସୀ ନୟାନ୍ତ ହୋଇଛନ୍ତି। ଗ୍ରାମବାସୀ ସଂଘବଦ୍ଧ ଭାବେ ଡାଳପତ୍ର ଓ ପାଣି ଯୋଗେ ନିଆଁକୁ ଆୟତ୍ତ ଉଦ୍ୟମ କରିଥିଲେ। ଶେଷରେ ଟିଏସ୍ଏମଏଲ୍ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବାରେ ସଫଳ ହୋଇଥିଲା। ଅମଳ ପରେ ଧାନକ୍ଷେତରେ ଥିବା ଛଣ କଟା ହୋଇନଥିଲା। କେହି ଜଣେ ଦୁର୍ବୃତ୍ତ ଶୁଖିଲା କ୍ଷେତରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ପବନ ବହୁଥିବାରୁ ଚାହୁଁଚାହୁଁ ନିଆଁ ଚାରିଆଡ଼େ ମାଡ଼ିଯାଇଥିଲା। ୧୦ ରୁ ୧୫ ଏକର ଜମିରେ ଶୁଖିଲା ଛଣ ସବୁ ହୁତ୍ ହୁତ୍ ହୋଇ ଜଳି ଉଠିଥିଲା। କ୍ଷେତରୁ ଗାଁ ଆଡ଼କୁ ପବନ ବହୁଥିବାରୁ ନିଆଁ ବ୍ୟାପିବା ଆଶଙ୍କା ଦେଖା ଦେଇଥିଲା। ଗାଁରେ ବହୁ ଛଣଛପର ଘର ଥିବାରୁ ନିଆଁକୁ ନେଇ ଗାଁରେ ଆତଙ୍କ ଖେଳି ଯାଇଥିଲା।
ନିଦ ହଜାଇଦେଲା କ୍ଷେତ ନିଆଁ
/sambad/media/post_attachments/wp-content/uploads/2021/03/1a491d96-250b-4feb-9d32-851b0c5b76e2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)