ବାଟଗାଁ ଗୋଡିସାହିରେ ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୦ଟି ପରିବାରର ୨୨ଟି ବଖରା ଘର, ନିଆଁ ଲାଗିବାର କାରଣ ଅସ୍ପଷ୍ଟ

ଢ଼େଙ୍କାନାଳ: ଢ଼େଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍‌ ଥାନା ଅନ୍ତର୍ଗତ ବାଟଗାଁ ଗୋଡିସାହିରେ ଗୁରୁବାର ଅପରାହ୍ନରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଗ୍ରାମର ୧୦ଟି ପରିବାରର ୨୨ରୁ ଅଧିକ ବଖରା ଘର ପାଉଁଶ ହୋଇଯାଇଛି। ତେବେ ନିଆଁ ଲାଗିବାର କାରଣ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନଥିଲା। ତେବେ ପ୍ରଚଣ୍ଡ ଖରା ହେତୁ ନିଆଁ ଲାଗି ଥାଇପାରେ ବୋଲି ଅନୁମାନ କରାଯାଉଛି।

ନିଆଁ ଲାଗିବା ଖବର ଗ୍ରାମବାସୀ ଅଗ୍ନିଶମ ବିଭାଗକୁ ଦେଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରି ନେଇଥିଲେ। ଏହି ଅଗ୍ନିକାଣ୍ଡରେ ଗ୍ରାମର ନରହରି ପରିଡାଙ୍କ ୧ବଖରା, ଦୀପ୍ତିରଞ୍ଜନ ପରିଡାଙ୍କ ୩ ବଖରା, ବିଚିତ୍ରାନନ୍ଦ ପରିଡାଙ୍କର ୨ବଖରା, ବିପିନ ପରିଡାଙ୍କର ୨ବଖରା, ଆମ୍ବୁଜ ପରିଡାଙ୍କର ୨ବଖରା, ହାଡିବନ୍ଧୁ ପରିଡାଙ୍କ ୨ବଖରା, ନିରଞ୍ଜନ ପରିଡାଙ୍କର ୨ବଖରା ଓ କସଣି ବରାଳଙ୍କର ୨ବଖରା ଘର ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି। ବାଟଗାଁ ପଞ୍ଚାୟତ ସରପଞ୍ଚ ରାଜେନ୍ଦ୍ର ସ୍ୱାଇଁ ପହଞ୍ଚି ଅଗ୍ନି ବିପର୍ଣ୍ଣଙ୍କୁ ସହାୟତା କରିଥିଲେ।

ସମ୍ବନ୍ଧିତ ଖବର