ଗୋଦାମରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୩୦ ଲକ୍ଷ ଟଙ୍କାର ଅଖା

ନିଆଁକୁ ଆୟତ୍ତ କଲା ୫ ଦମକଳ

ରାଉରକେଲା: ଓରାମପଡା ପାୱାର ହାଉସ ରୋଡ଼ରେ ଥିବା ଇଣ୍ଡୋ ଇଂଲିଶ ସ୍କୁଲ ନିକଟରେ ଏକ ଅଖା ବସ୍ତା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୋଦାମରେ ଗଛିତ ଥିବା ପ୍ରାୟ ୩୦ ଲକ୍ଷ ଟଙ୍କାର ଅଖା ବୋରା ପୋଡି ନଷ୍ଟ ହୋଇ ଯାଇଛି। ନିଆଁ ଲିଭାଇବାକୁ ୫ଟି ଦମକଳବାହିନୀ ନିୟୋଜିତ ହୋଇଥିଲା। ପ୍ରାୟ ୩ ଘଣ୍ଟା ପରେ ନିଆଁକୁ କାବୁ କରାଯାଇଥିଲା।

ଅଗ୍ନିକାଣ୍ଡର କାରଣ ଜଣା ପଡିନାହିଁ। ଆଜି ଅପରାହ୍ନ ପ୍ରାୟ ୪ଟାରେ ୧୦’ରୁ ଅଧିକ କର୍ମଚାରୀ କାମ କରୁ ଥିଲେ। ହଠାତ ଗୋଦାମ ଭିତରୁ ଧୂଆଁ ବାହାରୁଥିବା ଦେଖି କର୍ମଚାରୀ ଭୟଭୀତ ହୋଇ ବାହାରକୁ ବାହାରି ଆସିଥିଲେ। ଚାଁହୁ ଚାଁହୁ ନିଆଁ ସମଗ୍ର ଗୋଦାମକୁ ବ୍ୟାପି ଯାଇଥିଲା। ରାଜ୍ୟ ଅଗ୍ନିଶମର ତିନିଟି, ଆରଏସପି ଦୁଇଟି ଦମକଳ ଗାଡ଼ି ପହଞ୍ଚି ନିଆଁ ଲିଭା କାମରେ ନିୟୋଜିତ ହୋଇଥିଲେ।

ସମ୍ବନ୍ଧିତ ଖବର