ହରିଚନ୍ଦନପୁର : ହରିଚନ୍ଦନପୁର ବ୍ଲକ୍ ବୁଢ଼ାଖମଣ ପଞ୍ଚାୟତର ବୁଢ଼ାଖମଣ-ସୋମଗିରି ଏବଂ ବୁଢ଼ାଖମଣ-ପନାସିଆ ରାସ୍ତାକଡ଼ରେ ଥିବା ଜଙ୍ଗଲରେ ନିଆଁ ଲାଗିଛି । ନିଆଁରେ ଔଷଧୀୟ ବୃକ୍ଷ ଏବଂ ବହୁ ମୂଲ୍ୟବାନ ଗଛ ପୋଡ଼ି ନଷ୍ଟ ହୋଇଯାଉଛି। ସେହିପରି ଦୈତାରୀ-ବ୍ରାହ୍ମଣୀପାଳ ରାସ୍ତାକଡ଼ ଜଙ୍ଗଲରେ ମଧ୍ୟ ନିଆଁ ଲାଗି ବହୁ ଛୋଟଛୋଟ ଗଛ ପୋଡ଼ିଯାଇଛି। ଏହାଛଡ଼ା ହରିଚନ୍ଦନପୁର-ବ୍ରାହ୍ମଣୀପାଳ ରାସ୍ତାର ଆଳୁଘାଟି, କୁସୁମଯୋଡ଼ି, ରେମାଳ ଆଦି ରାସ୍ତାକଡ଼ରେ ଗତକାଲି ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ନିଆଁ ଲିଭାଇବା ପାଇଁ ବନ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
ହରିଚନ୍ଦନପୁର : ଜଙ୍ଗଲରେ ଲାଗିଛି ନିଆଁ
/sambad/media/post_attachments/wp-content/uploads/2021/02/WhatsApp-Image-2021-02-26-at-22.06.57.jpeg)