ଜଳିଗଲା ଲୁଗା ଦୋକାନ, ୩ଟି ଦମକଳ ଗାଡ଼ି ନିୟୋଜିତ

ନବରଙ୍ଗପୁର: ନବରଙ୍ଗପୁର ସହରର ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ପାରସନାଥ ଏମ୍ପପୋରୀୟମ ନାମକ ଏକ ଲୁଗା ଦୋକାନରେ ଲାଗିଛି ନିଆଁ ଲାଗିଛି। ଅପରାହ୍ନ ପ୍ରାୟ ୪ଟାରୁ ଲୁଗା ଦୋକାନ ରେ ହଠାତ ନିଆଁ ଲାଗି ଯାଇଥିଲା । କିଏ କିଛି ବୁଝିବା ପୂର୍ବରୁ ଦୋକାନରେ ନିଆଁ ସହ ଧୂଆଁ ଭର୍ତି ହୋଇଯାଇଥିଲା ।

ଖବର ପାଇ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରୁଥିଲେ ମଧ୍ୟ ରାତି ୮ଟା ପର୍ଯ୍ୟନ୍ତ ନିଆଁ ଆୟତ୍ତ ହୋଇପାରି ନାହିଁ। ୨ ଗୋଟି ପୋଖରୀରୁ ପାଣି ଆଣି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରାଯାଉଛି। ତେବେ ଦୋକାନ ପରିବେଶ ଧୂଆଁ ରେ ପୂର୍ଣ୍ଣ ହୋଇଯାଇଥିବାରୁ କ୍ଷୟକ୍ଷତି ସମ୍ପର୍କରେ ସଠିକ ଆକଳନ ହୋଇପାରିନାହିଁ । ବିଦ୍ୟୁତ ସର୍ଟ ସର୍କିଟ ହୋଇ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଦୋକାନ ମଧ୍ୟରେ ଚାରିଆଡେ କରାଯାଇଥିବା ସିଲିଂ ଭାଙ୍ଗି ଧୁଆଂକୁ ବାହାରକୁ କାଢ଼ିବା ଯନ୍ତ୍ରର ସହାୟତା ନିଆଯାଇଛି। ଘଟଣାସ୍ଥଳରେ ତିନୋଟି ଦମକଳ ଗାଡି ନିୟୋଜିତ ରହିଛି।

ସମ୍ବନ୍ଧିତ ଖବର