ବଲାଙ୍ଗୀର: ସ୍ପୋର୍ଟସ ଦୋକାନର ଗୋଦାମ ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ ହୋଇଛି। ତେଲିଗୋଠପଡ଼ାରେ ରହନ୍ତି ଗୋପବନ୍ଧୁ ସ୍ପୋର୍ଟସ ଷ୍ଟୋର୍ର ମାଲିକ ଗୋପବନ୍ଧୁ ମିଶ୍ର। ତାଙ୍କର ଦୁଇ ମହଲା କୋଠା ଉପରେ ସ୍ପୋର୍ଟସ ସାମଗ୍ରୀ ରଖାଯାଇଥିଲା। ତଳ କୋଠାରେ ପରିବାର ଲୋକେ ରହୁଛନ୍ତି। ବୁଧବାର ହଠାତ୍ ଗୋଦାମ ଘରେ ନିଆଁ ଲାଗିଯାଇଥିଲା। ପ୍ଲାଷ୍ଟିକ ଓ କପଡ଼ା ସାମଗ୍ରୀ ଥିବାରୁ ଖୁବ୍ ଶୀଘ୍ର ନିଆଁ ଲାଗିଯାଇଥିଲା। ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିଶମ ବିଭାଗର ତିନୋଟି ଫାୟାର ଗାଡ଼ି ନିଆଁଲିଭା କାମରେ ଲାଗିଥିଲା। ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ନିଆଁରେ ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି।
ଗୋପବନ୍ଧୁ ସ୍ପୋର୍ଟସ୍ ଷ୍ଟୋର୍ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ
/sambad/media/post_attachments/wp-content/uploads/2021/03/b13efef6-1e16-44b0-85f7-9128c4d98955.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)