ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଦଲେଇଗୁଡା ଗ୍ରାମର ବୈଦି ଭତରାଙ୍କ ଘରେ ନିଆଁ ଲାଗି ଚାରି ବଖରା ପୋଡ଼ି ପାଉଁଶ ହୋଇଯାଇଛି।
ସୂଚନାଯୋଗ୍ୟ, ବୈଦି ଚାରିଦିନ ତଳେ ନିଜ ଚାରି ସନ୍ତାନକୁ ଘରେ ଛାଡ଼ି ନିଜ ବାପା ଓ ମାଙ୍କ ଘରକୁ ଯାଇଥିଲେ। ଘରେ ବଡ଼ ଝିଅ ଭଗବତୀକୁ ଘର ଦାୟିତ୍ୱ ଦେବା ସହ ଓ ନିଜ ଭାଇ ଭଉଣୀମାନଙ୍କ ଯତ୍ନ ନେବାକୁ କହିଥିଲେ । ଆଜି ଅପରାହ୍ନ ୨ଟା ସମୟରେ ଭଗବତୀ ଗାଁ ନିକଟସ୍ଥ ଚାଷଜମିକୁ କାମ କରିବା ପାଇଁ ଯାଇଥିଲେ । ଏହି ସମୟରେ ରୋଷେଇ ସାରି ସେ ଚୁଲି ଉପରେ ଶୁଖିବା ଲାଗି କାଠ ରଖି ଯାଇଥିଲେ । ରଖାଯାଇଥିବା କାଠରେ ନିଆଁ ଲାଗି ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।
ନିଆଁ ଲାଗିବା ଦେଖି ଗ୍ରାମବାସୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିବା ସହିତ ଜମିରେ କାମ କରୁଥିବା ବୈଦି ଓ ଅଗ୍ନିଶମକୁ ଖବର ଦେଇଥିଲେ । ବୈଦି ଘରେ ପହଞ୍ଚିବା ବେଳକୁ ଚାରି ବଖରା ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିବା ବେଳେ ଘର ଭିତରେ ଥିବା ଧାନ ଚାଉଳ ଆସବାବପତ୍ର ଲୁଗା ସବୁ ନଷ୍ଟ ହୋଇଯାଇଥିଲା । ଅଗ୍ନିଶମ ବିଭାଗ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଶୀଘ୍ର ପ୍ରଶାସନ ପକ୍ଷରୁ ବୈଦିଙ୍କ ପରିବାରକୁ ସରକାରୀ ସହାୟତା ଯୋଗେଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/ffa9691a-5862-4f21-b176-d9fc2c7ef13e.jpg)