ପାଟଣାଗଡ଼: ପାଟଣାଗଡ଼ ସହରର ୧୫ ନମ୍ବର ୱାର୍ଡ ଅନ୍ତର୍ଗତ ନାନୀସାଗର ଗ୍ରାମରେ ଉତ୍ତମ ମୁଣ୍ଡା ନାମଜ ଜୈନିକ ବ୍ୟକ୍ତିର ଘର ନିଆଁ ଲାଗି ସମ୍ପୂର୍ଣ୍ଣ ଜଳି ପୋଡି ଛାରଖାର ହୋଇଥିବା ଜଣାପଡିଛି। ତେବେ ଘରେ ବଡ ଲୋକ ନ ଥିବା ସମୟରେ କେବଳ ଛୋଟ ଛୁଆ ମାନେ ଥିବା ସମୟରେ ଏହି ନିଆଁ ଲାଗିଥିବା ବେଳେ କୌଣସି ମତେ ସେମାନେ ବାହାରକୁ ଆସିବାରେ ସକ୍ଷମ ହୋଇଥିବା ଜଣାପଡିଛି। ନାନୀସାଗର ଗ୍ରାମରେ ରହୁଥିବା ଉତ୍ତମ ମୁଣ୍ଡା ନିଜ ପୁଅ ବୋହୁ ଓ ନାତି ନାତୁଣୀ ମାନଙ୍କ ସହ ନିଜ ପୈତୃକ ମାଟି ଘରେ ରହୁଥିଲେ। ଘରଟି ଦୁଇ ବଖରା ଓ ଲମ୍ବା ବାରଣ୍ଡା ଖଣ୍ଡିକ ଥିଲା ସକାଳୁ ପରିବାର ବର୍ଗ କାମରେ ଯାଇଥିବା ବେଳେ ଘରେ ଛୋଟ ପିଲା ମାନେ ଥିଲେ ଦିନ ୧୧ ଟାରେ ଘର ହଠାତ ନିଆଁ ଲାଗି ଯାଇଥିଲା।
ନିଆଁ ଲାଗିଥିବା ଦେଖି ଛୁଆ ମାନେ ବାହାରକୁ ପଳାଇ ଆସିଥିଲେ ହେଲେ କ୍ଷଣିକ ମଧ୍ୟରେ ଘରଟିର ସବୁଆଡେ ନିଆଁ ଲାଗି ଯାଇ ହୁ ହୁ ହୋଇ ଜଳିବାରେ ଲାଗିଥିଲା। ଏହା ଦେଖି ପଡୋଶୀ ଘର ମାଲିକକୁ ଫୋନ ଯୋଗେ ଏ ନେଇ ସୂଚନା ଦେବା ସହ ସାଇ ପଡିଶା ପାଣି ଆଣି ଲିଭାଇବା ପାଇଁ ଚେଷ୍ଟା କରିଥିବା ବେଳେ ନିଆଁ କବଳରେ ପୁରା ଘର ରହିଥିବା ବେଳେ ସ୍ଥାନୀୟ ଦମକଳ ବାହିନୀ ପହଞ୍ଚି ନିଆଁକୁ କାବୁ କରିଥିଲେ। ସେହି ସମୟରେ ଘରଟି ଜଳିପୋଡି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଥିଲା ତେବେ ଅନ୍ୟ ଘରକୁ ନିଆଁ ମାଡିବା ସମ୍ଭାବନାକୁ ଦମକଳ ବାହିନୀଙ୍କ ଦ୍ବାରା ରକ୍ଷା କରା ଯାଇଥିଲା ଘରେ ଥିବା ଖାଇବା ପିଇବା ସମସ୍ତ ସାମଗ୍ରୀ, ଆବାସପତ୍ର, ଖଟ, ପଲଙ୍କ, ସାଇକଲ, ଟିଭି, କୁଲର, ସମସ୍ତ କପଡା ତଥା ଲୁଗା ପୋଡି ନଷ୍ଟ ହୋଇଥିବା ଜଣାପଡିଛି।
ସେହିପରି ଉତ୍ତମ ଗତକାଲି ବ୍ୟାଙ୍କରୁ ଉଠାଇ ଆଣି ଘରେ ରଖିଥିବା ୩୦ ହଜାର ଯଙ୍କା ମଧ୍ୟ ନିଆଁରେ ଜଳି ଯାଇଥିବା ନେଇ ଅଭିଯୋଗ କରିଛନ୍ତି ଖବର ପାଇଁ ଆରଆଇ ପହଞ୍ଚି ତଦନ୍ତ କରିଥିବା ବେଳେ ସନ୍ଧ୍ୟା ୬ଟାରେ ପାଟଣାଗଡ଼ ତହସିଲଦାର ଲକ୍ଷ୍ମଣ ମାଝୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। କ୍ଷତିଗ୍ରସ୍ତ ହୋଇଥିବା ପରିବାରକୁ ୨୫ କେଜି ଚାଉଳ, ଗୋଟିଏ ପଲିଥିନ ଦେଇଥିବା ବେଳେ ସେଠାରୁ ଏ ନେଇ ଜିଲ୍ଲାପାଳଙ୍କୁ ଅବଗତ କରାଇବାରୁ ସେ ତୁରନ୍ତ ପିଡିତ ପରିବାରକୁ ୩୦ ହଜାର ଟଙ୍କା ରେଡକ୍ରସ ପାଣ୍ଠିରୁ ଦେବା ପାଇଁ ନିର୍ଦେଶ ଦେଇଥିବା ଜଣାପଡିଛି। ବର୍ତ୍ତମାନ ଉତ୍ତମଙ୍କ ପରିବାରବର୍ଗଙ୍କୁ ରେଡକ୍ରସ ପାଣ୍ଠିରୁ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ତେବେ ଘରଟି ସମ୍ପୂର୍ଣ୍ଣ ଜଳି ପୋଡି ନଷ୍ଟ ହୋଇଥିବା ବେଳେ ବର୍ତ୍ତମାନ ଉତ୍ତମଙ୍କ ପରିବାର ଉପରୋ ଛାତ ନ ଥିବା ବେଳେ ଘର ବାହାରେ ଆଶ୍ରୟ ନେଇଥିବା ବେଳେ ସକାଳୁ ସମସ୍ତ ପାଉଁଶ କାଢି ସଫା କରି ମରାମତି କରିବେ ବୋଲି ଜଣାପଡିଛି। ତେବେ ଘର ପୋଡିର କାରଣ ବିଦ୍ୟୁତରେ ସର୍ଟ ସାର୍କିଟ ଯୋଗୁଁ ହୋଇଥିବା ଜଣାପଡିଛି କାରଣ ବିଦ୍ୟୁତ ତାର ଅଧା ଜଳି ଯାଇଥିବା ବେଳେ ମିଟର ମ୍ୟାନ ସ୍ବିଚ ମଧ୍ୟ ସମ୍ପୂର୍ଣ୍ଣ ଜଳି ଯାଇଥିବା ଜଣାପଡିଛି।