ସମ୍ବଲପୁର: ବେଆଇନ କରତକଳରେ ଅଗ୍ନିକାଣ୍ଡ

ସମ୍ବଲପୁର: ଆଜି ସକାଳେ ସମ୍ବଲପୁର ସହରର କମଲିବଜାରରେ ଥିବା ଏକ ବେଆଇନ କରତକଳରେ ଆକ୍ମିକ ଅଗ୍ନିକାଣ୍‌ହ ଘଟିଛି। ଏହି କରତକଳରେ ବହୁ ପରିମାଣର କାଠ ଗଣ୍ଡି ଓ ଚିରାକାଠ ଥିବା ବେଳେ ନିଆଁ ଲାଗିଯିବାରୁ ଲୋକେ ଛାନିଆ ହୋଇ ଯାଇଥିଲେ। ତେବେ ଖବର ପାଇ ଦମକଳ ବାହିନୀ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରି ନେଇଛନ୍ତି। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ।

ସମ୍ବନ୍ଧିତ ଖବର