ବାଲେଶ୍ୱରରୁ ଭୁବନେଶ୍ୱର ଯାଉଥିବା ଯାତ୍ରୀବାହୀ ବସ୍‌ରେ ନିଆଁ, ଅଳ୍ପକେ ବର୍ତ୍ତିଲେ ୩୦ରୁ ୩୫ଜଣ ଯାତ୍ରୀ

ବାଲେଶ୍ୱର: ବାଲେଶ୍ୱରର ଓଟି ରୋଡର ଗାନ୍ଧି ସ୍ମୃତି ଭବନ ନିକଟରେ ସୋମବାର ବାଲେଶ୍ୱରରୁ ଭୁବନେଶ୍ୱର ଯାଉଥିବା ଏକ ଯାତ୍ରୀବାହୀ ବସ୍‌ରେ ନିଆଁଲାଗି ଯାଇଛି। ଏହି ନିଆଁରେ କେହି ଯାତ୍ରୀ ମୃତାହତ ହୋଇ ନଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଆଜି ବାଲେଶ୍ୱରରୁ ଭୁବନେଶ୍ୱର ଯାଉଥିବା ସାହେନ୍‌ସା (ପୁଲ-ପୁଲ) ବସ୍‌ ନମ୍ବର ଓଡି୦୫ଭି୦୭୧୭ରେ ଓଟି ରୋଡର ଗାନ୍ଧି ସ୍ମୃତି ଭବନ ନିକଟରେ ହଠାତ ନିଆଁ ଲାଗି ଯାଇଥିଲା। ବସ୍‌ରେ ନିଆଁ ଲାଗିବା ଜାଣିବା ପରେ ଯାତ୍ରୀଙ୍କ ମନରେ କୋକୁଆ ଭୟ ଖେଳି ଯାଇଥିଲା। ବସ୍‌ଭିତରେ ଥିବା ୩୦ରୁ ୩୫ଜଣ  ଯାତ୍ରୀ ନିଜିନିଜ ଜିନିଷ ପତ୍ର ଧରି ଦଉଡି ଧାଇଁ ବସରୁ ଓହ୍ଲାଇ ପଡ଼ିଥିଲେ।

ଏହି ନିଆଁ ଲାଗିବା ଖବର ପାଇବା ପରେ ଅଗ୍ନିଶମ ବିଭାଗ ଦଳ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଭିତର ପଟୁ ସ୍ଲିପର ଉପର ଛାତରେ ନିଆଁ ଲାଗିଥିଲା । ତେବେ ବସ୍‌ରେ ଲାଗିଥିବା ଏସିରୁ ସଟ ସର୍କିଟ ହୋଇ ନିଆଁ ଲାଗିଥିବା ଜଣାପଡ଼ିଛି। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଅନ୍ୟ ଏକ ବସ୍‌ରେ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠା ଯାଇଥିଲା।

ସମ୍ବନ୍ଧିତ ଖବର