ପାରିବାରିକ ଶତ୍ରୁତାରୁ ଘରପୋଡି, ଝିଅର ମୃତ୍ୟୁ

ଯାଜପୁର: ଯାଜପୁର ଜିଲ୍ଲା ବିଚିତ୍ରପୁର ପଞ୍ଚାୟତର ବାଣପୁର ଗାଁରେ ସୋମବାର ଅପରାହ୍ନରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ଜଣଙ୍କର ମୃତ୍ୟୁ ଘଟିଛି।

ଗ୍ରାମବାସୀଙ୍କ କହିବାନୁସାରେ, ବାଣପୁର ଗାଁରେ ବସବାସ କରୁଥିବା ନିତ୍ୟାନନ୍ଦ ଜେନାଙ୍କ ଘରେ ଆଜି ଅପରାହ୍ନରେ ନିଆଁ ଲାଗିଥିଲା। ଏହି ଅଗ୍ନିକାଣ୍ଡରେ ନିତ୍ୟାନନ୍ଦଙ୍କ ଝିଅ ସ୍ମିତାରାଣୀ(୧୮)ର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ଆହତ ହୋଇ ଯାଜପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛି।

ତେବେ ଘରୋଇ କଳି ହେତୁ ଭିଣୋଇ ସୁଶାନ୍ତ ଘରେ ନିଆଁ ଲଗାଇ ଦେଇଥିବା ନିତ୍ୟାନନ୍ଦ କହିଛନ୍ତି। କିନ୍ତୁ ଏହି ଘଟଣାକୁ ନେଇ ଏଯାବତ୍‌ ଥାନାରେ କୌଣସି ଅଭିଯୋଗ ରୁଜୁ ହୋଇନାହିଁ। ପୁଲିସ ଖବର ପାଇଁ ଘଟଣାସ୍ଥଳରେ ପହଁଞ୍ଚି ସ୍ମିତାରାଣୀଙ୍କ ମୃତଦେହକୁ ଉଦ୍ଧାର କରି ତଦନ୍ତ ଜାରି ରଖିଛି। ଝିଅ ସ୍ମିତାରାଣୀର ମୃତ୍ୟୁ ଖବର ଶୁଣିବା ପରେ ସମଗ୍ର ଗ୍ରାମରେ ଶୋକକୁଳ ବାତାବରଣ ଖେଳି ଯାଇଛି।

ସମ୍ବନ୍ଧିତ ଖବର