ଯାଜପୁର: ଯାଜପୁର ରୋଡ ଥାନା ପରିସରରେ ବୁଧବାର ଅପରାହ୍ନରେ ହଠାତ ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡରେ ଘଟଣାସ୍ଥଳରେ ଥିବା ୫୦ରୁ ଅଧିକ ବାଇକ ଓ ଗୋଟିଏ ଟ୍ରକ ଜଳି ପାଉଁଶ ହୋଇଯାଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ଚାହିଁକି ବି ନିଆଁକୁ ଆୟତ୍ତ କରି ପାରି ନଥିଲେ।
ଅଗ୍ନିକାଣ୍ଡ ଘଟିବା ସମ୍ପର୍କରେ ଖବର ପାଇ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ୩ ଟି ଦମକଳ ଗାଡି ପହଞ୍ଚିଥିଲା। ଆଉ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲା। କିଛି ସମୟ ପରେ ନିଆଁ ଆୟତ୍ତକୁ ଆସି ଯାଇଥିଲା। କିନ୍ତୁ ସେତେବେଳକୁ ଘଟଣାସ୍ଥଳରେ ଥିବା ୫୦ରୁ ଅଧିକ ବାଇକ ଓ ଗୋଟିଏ ଟ୍ରକ ଜଳି ଛାରଖାର ହୋଇଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/e8b84eaf-3e89-4544-9320-14d7344f6069.jpg)