ରଣପୁର ଗ୍ରାମ୍ୟ ଜଙ୍ଗଲରେ ନିଆଁ, ଜଳିଗଲା ୫୦୦ ଗଛ

ବାଲିଅନ୍ତା: ଆଜି ଅପରାହ୍ନରେ ରଣପୁର ଗ୍ରାମ୍ୟ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିଛି । ଫଳରେ ଉକ୍ତ ଜଙ୍ଗଲରେ ଥିବା ବିଭିନ୍ନ କିସମର ପାଖାପାଖି ୫୦୦ ଗଛ ଜଳିଯାଇଛି । କ୍ଷୟକ୍ଷତି ଘଟିଥିବା ଗଛ ଭିତରେ ରହିଛି ଚାଖୁଣ୍ଡା, ଖେରଞ୍ଚ, ଆକାଶିଆ, ଅର୍ଜୁନ ଏବଂ ଶିଶୁ ଆଦି ଅନେକ ପ୍ରକାରର ଗଛ ।

ଜଙ୍ଗଲକୁ ଯାତାୟତ ପାଇଁ ରାସ୍ତାନଥିବା କାରଣରୁ ଅଗ୍ନିଶମ ସେବା କେନ୍ଦ୍ର ଗାଡ଼ି ପାଣି ନେଇ ପହଞ୍ଚିପାରେ ନାହିଁ । ତେଣୁ ଲୋକମାନେ ନିଆଁ ଲିଭାଇବା ପାଇଁ ଅଗ୍ନିଶମ ସେବା କେନ୍ଦ୍ରକୁ ଯୋଗାଯୋଗ କରନ୍ତି ନାହିଁ । ତେବେ କାଜିପୁର ଏବଂ ରଣପୁର ଗ୍ରାମର କିଛି ସମାଜସେବୀ ଠେଙ୍ଗାବାଡ଼ିରେ ଜଳୁଥବା ସବୁଗଛକୁ ବାଡ଼ାଇ ନିଆଁକୁ ଆୟତ୍ତ କରିଥିଲେ । ହେ‌ଲେ ସେତେବେଳକୁ ଜଙ୍ଗଲର କିଛି ଅଂଶକୁ ନିଆଁ ବ୍ୟାପି ବହୁଗଛ ଜଳିଯାଇଥିଲା ।

ବିଗତ ବର୍ଷମାନଙ୍କ ମଧ୍ୟରେ ମଧ୍ୟ ଅନେକ ଥର ଜଙ୍ଗଲରେ ନିଆଁ ଲାଗିଯାଇଛି । ହେଲେ ରାସ୍ତାନଥିବାରୁ ଅଗ୍ନିଶମ ସେବା ଗାଡ଼ି ପହଞ୍ଚିପାରୁ ନଥିବାରୁ ଜଙ୍ଗଲକୁ ନିଆଁ ବିପଦ ଲାଗି ରହିଛି । ସମସ୍ୟାର ସମାଧାନ ଦୃଷ୍ଟିରୁ କର୍ତ୍ତୃପକ୍ଷ ରାସ୍ତା ନିର୍ମାଣ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି । ଅନୁରୂପ ଭାବେ ରାମଚନ୍ଦ୍ରପୁର କାଜ ଅଞ୍ଚଳ ରାସ୍ତାକଡ଼ରେ ନିଆଁ ଲାଗିଯାବାରୁ ଅନେକ ଜଙ୍ଗଲି ଗଛ ଜଳିଯାଇଛି । ଖବର ପାଇ ବାଲିପାଟଣା ଅଗ୍ନିଶମ ସେବାକେନ୍ଦ୍ର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ ।

ସମ୍ବନ୍ଧିତ ଖବର