ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ରେଞ୍ଜ ସିପସରୁବାଲି ଜଙ୍ଗଲ ଜଳୁଛି ସିପସରୁବାଲି ଜଙ୍ଗଲର ମିଠାକୂଅ ନିକଟରେ ନିଆଁ ଲାଗିଛି। ୨ ଏକର ଜଙ୍ଗଲ ଜଳୁଛି। ବ୍ରହ୍ମଗିରି ବନ ବିଭାଗର ୧୦ ଜଣିଆ ଟିମ ନିଆଁକୁ ଆୟତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ଅଧିକ ବନ ବିଭାଗ ଟିମ ପୁରୀରୁ ଆସୁଥିବା ବନ ବିଭାଗ ପକ୍ଷରୁ ସୂଚନା ରହିଛି।  ସୂଚନାଅନୁଯାୟୀ, ବ୍ରହ୍ମଗିରି ରେଞ୍ଜ ସିପସରୁବାଲି ଜଙ୍ଗଲର ୨ ଏକର ଜଙ୍ଗଲରେ ଲାଗିଛି ନିଆଁ।

Advertisment

ବନ ବିଭାଗର ୧୦ ଜଣିଆ ଟିମ ନିଆଁକୁ ଆୟକ କରିବାରେ ନିୟୋଜିତ ରହିଥିବାବେଳେ ପୁରୀରୁ ଅଧିକ ବନ ବିଭାଗର ଟିମ ଆସୁଥିବାନେଇ ବନ ବିଭାଗର ପକ୍ଷରୁ ସୂଚନା ରହିଛି। ଏହି ଜଙ୍ଗଲ ଜଳି ଦୁଇ ମାସ ପୂର୍ବରୁ ୭୦ ଏକର ଜଙ୍ଗଲ ପୋଡି ଯାଇଥିଲା।