ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ୍ ଦେଉଲବସ୍ତ ଗାଁରେ ବୁଧବାର ଅପରାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଗ୍ରାମର ୫ବଖରାରୁ ଊର୍ଧ୍ୱ ଘର ଜଳି ନଷ୍ଟ ହୋଇଯାଇଛି। ଏଥିରେ ତିନିଟି ପରିବାରଙ୍କ ଧନ, ସମ୍ପତ୍ତି ଓ ଅସବାବପତ୍ର ଆଦି ନିଆଁରେ ପୋଡ଼ି ଧ୍ୱଂସ ହୋଇଯାଇଛି। ନିଆଁ ଲାଗିବା ସମ୍ପର୍କରେ ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ଅଗ୍ନିକାଣ୍ଡର କାରଣ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନଥିଲା। ତେବେ ଏହି ଅଗ୍ନିକାଣ୍ଡରେ ବିପନ୍ନକୁ ସାହାଯ୍ୟ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।
ଖୋର୍ଦ୍ଧା: ଦେଉଲବସ୍ତ ଗାଁରେ ଅଗ୍ନିକାଣ୍ଡ, ଜଳି ଯାଇଛି ୫ବଖରା
/sambad/media/post_attachments/wp-content/uploads/2018/03/BlueStacks_ScreenShot-16.jpg)