ବିବାହ ଶୋଭାଯାତ୍ରାରୁ ବାଣ ନିଆଁ ଲାଗି ଅଗ୍ନିକାଣ୍ଡ

ଚନ୍ଦାହାଣ୍ଡି : ଆଜି ସନ୍ଧ୍ୟାରେ ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅନ୍ତର୍ଗତ ଗମ୍ଭାରିଗୁଡା ଗ୍ରାମରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି।ବିବରଣୀ ପ୍ରକାଶ ଯେ ଗମ୍ଭାରୀଗୁଡା ଗ୍ରାମର କ୍ଷୀର ସାହୁଙ୍କ ଗୁହାଳ ନିକଟସ୍ଥ ଏକ କ୍ଳବ୍ ଗୁହରେ ରଖାଯାଇଥିବା ଏକ ପାଳ ଓ ଚନା ଗଦା ସେହି ଗ୍ରାମକୁ ଆସିଥିବା ଏକ ବିବାହ ପାର୍ଟି ବାଣର ନିଆଁ ଲାଗି ନିଆଁ ଜଳି ଯାଇଥିବା ଖବର ହସ୍ତଗତ ହୋଇଛି। ଏହା ପରେ ଗ୍ରାମ ଲୋକେ ଚନ୍ଦାହାଣ୍ଡି ଅଗ୍ନିଶମ ବିଭାଗକୁ ଖବର ଦେବାପରେ ଦମକଳ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରି ପାରିଥିଲେ। ତେବେ ଅଳ୍ପକେ ଏକ ନିଶ୍ଚିତ ଦୁର୍ଘଟଣାରୁ କ୍ଷୀର ସାହୁ ଓ ତାଙ୍କ ଆଖ ପାଖ ପରିବାର ବର୍ତ୍ତି ଯାଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର