ଔଷଧ ଦୋକାନରେ ନିଆଁ, ପୋଡ଼ି ପାଉଁଶ ହେଲା ଲକ୍ଷାଧିକ ଟଙ୍କାର ଔଷଧ

ବାରିପଦା: ଔଷଧ ଦୋକାନରେ ଲାଗିଗଲା ନିଆଁ, ଆଉ ଜଳି ପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ଔଷଧ | ଆଜି ମଧ୍ୟାହ୍ନରେ ବାରିପଦାର ଭିକ ଖଟି ଛକ ନିକଟରେ ଥିବା ଏକ ଔଷଧ ଦୋକାନରେ ନିଆଁ ଲାଗିଯାଇଥିଲା | ଏହି ଛକରେ ଥିବା ସଞ୍ଜୟ କୁମାର ଷଢ଼ଙ୍ଗୀଙ୍କ ଚନ୍ଦନ ମେଡ଼ିସିନ ଷ୍ଟୋରରେ ହଠାତ୍ ନିଆଁ ଲାଗିଯାଇଥିଲା |

ଦୋକାନର ମାଲିକ ଓ କର୍ମଚାରୀମାନେ କିଛି କରିବା ପୂର୍ବରୁ ନିଆଁ ସମଗ୍ର ଦୋକାନକୁ ଗ୍ରାସ କରି ନେଇଥିଲା । ଖବର ପାଇଁ ଦମକଳ ବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ଫଳରେ ତଳେ ରହିଥିବା ଅନ୍ୟ ୪ଟି ଦୋକାନ ସହିତ କୋଠାର ଉପରେ ବସବାସ କରୁଥିବା ଭଡ଼ାଟିଆମାନଙ୍କର ଧନ ଜୀବନ ରକ୍ଷା ପାଇ ଯାଇଥିଲା । ତେବେ ସଟସର୍କିଟ କାରଣରୁ ନିଆଁ ଧରିଥାଇ ପାରେ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ ସନ୍ଦେହ କରାଯାଇଛି ।

ସମ୍ବନ୍ଧିତ ଖବର