ଏମ୍‌କେସିଜି ମେଡିକାଲ କଲେଜ ହଷ୍ଟେଲ୍‌ରେ ଅଗ୍ନିକାଣ୍ଡ

ବ୍ରହ୍ମପୁର: ବ୍ରହ୍ମପୁରରେ ଥିବା ଏମ୍‌କେସିଜି ମେଡିକାଲ କଲେଜ ହଷ୍ଟେଲ୍‌ (ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ)ରେ ମଙ୍ଗଳବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିଶମ ବିଭାଗ ଏହି ଅଗ୍ନିକାଣ୍ଡ ଘଟିବା ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆକୁ ଆୟତ୍ତ କରି ନେଇଛି । ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ କ୍ଷୟକ୍ଷତିର କୌଣସି ସୂଚନା ମିଳି ପାରି ନାହିଁ।

ସୂଚନାଯୋଗ୍ୟ, ବ୍ରହ୍ମପୁରର ସିନିଅର ରେସିଡେଣ୍ଟ ଡକ୍ଟର୍ସ ହଷ୍ଟେଲରେ ଆଜି ହଠାତ୍‌ ନିଆଁ ଲାଗି ଯାଇଥିଲା। ତେବେ ନିଆଁ କାହିଁକି ଓ କିପରି ଲାଗିଥିଲା ତାହାର କାରଣ ଏଯାବତ୍‌ ଅସ୍ପଷ୍ଟ ରହିଛି। ସୌଭାଗ୍ୟବଶତଃ ନିଆଁ ଲାଗିବା ସମୟରେ ଏମ୍‌କେସିଜି ମେଡିକାଲ କଲେଜ ହଷ୍ଟଲରେ କେହି ଅନ୍ତେବାସୀ ନ ଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର