ଓପିଟିସିଏଲ କଣ୍ଟାବଣିଆ ଗ୍ରୀଡ଼ରେ ଅଗ୍ନିକାଣ୍ଡ, ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି

ଢେଙ୍କାନାଳ: ଓପିଟିସିଏଲ(ଓଡ଼ିଶା ପାୱାର ଟ୍ରାନ୍ସମିସନ କର୍ପୋରେସନ ଲିମିଟେଡ଼)ର କଣ୍ଟାବଣିଆ ଗ୍ରୀଡ଼ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି | ମିଳିଥିବା ସୂଚନା ମୁତାବକ ଆଜି ସକାଳ ୭ଟା ସମୟରେ ଢେଙ୍କାନାଳର କଣ୍ଟାବଣିଆଠାରେ ଥିବା ଗ୍ରୀଡ଼ ସବଷ୍ଟେସନରେ ନିଆଁ ଲାଗିଯାଇଥିଲା |

ତେବେ ନିଆଁ ଲାଗିବାର କାରଣ ଜଣାପଡ଼ିନଥିଲେ ବି ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବାର ସନ୍ଦେହ କରାଯାଉଛି | ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ବାବଦରେ ଜଣାପଡ଼ିନଥିବାବେଳେ ୧୦ରୁ ଅଧିକ ଅଗ୍ନିଶମ ଗାଡି ନିଆଁ ଲିଭାଇବାରେ ନିୟୋଜିତ ଅଛନ୍ତି |

ସମ୍ବନ୍ଧିତ ଖବର