ଦଶରଥପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ର ଗ୍ରାମନନ୍ଦିପୁର ପଞ୍ଚାୟତ ଅଫିସ୍ରେ ଅଗ୍ନିକାଣ୍ଡ ଘଟି ବହୁ ଗୁରୁତ୍ୱପୂର୍ଣ୍ଣ ଫାଇଲ ସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଗ୍ରାମନନ୍ଦିପୁର ପଞ୍ଚାୟତ ଅଫିସ୍ରେ ଗ୍ରାମନନ୍ଦିପୁର ଓ ନୂତନ ଭାବେ ହୋଇଥିବା ବିରୁହାଁ ପଞ୍ଚାୟତର କାର୍ଯ୍ୟାଳୟ ଚାଲୁଥିଲା।
ଆଜି ପୂର୍ବାହ୍ଣ ୧୦ ଘଟିକା ସମୟରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରଞ୍ଜନ କୁମାର ବେହେରା ଅଫିସ୍ରେ ପହଞ୍ଚିବା ବେଳକୁ ଅଫିସ୍ ଭିତରୁ ଧୂଆଁ ବାହାରୁ ଥିବା ଦେଖିବାକୁ ପାଇଥିଲେ। ସଙ୍ଗେସଙ୍ଗେ ସରପଞ୍ଚଙ୍କ ସମେତ ଦଶରଥପୁର ଦମକଳ କାର୍ଯ୍ୟାଳୟକୁ ଖବର ଦିଆଯାଇଥିଲା। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ କାର୍ଯ୍ୟାଳୟ ମଧ୍ୟରେ ଥିବା ବହୁ ଗୁରୁତ୍ୱପୂର୍ଣ୍ଣ ଫାଇଲ, କ୍ୟାସ୍ ବୁକ୍, ରେଜିଷ୍ଟର ଓ ଚେୟାର, ଟେବୁଲ, ଫ୍ୟାନ, ଲାପ୍ଟପ୍, ପ୍ରିଣ୍ଟର, ଆକୁଆଗାର୍ଡ ପ୍ରଭୃତି ପୋଡ଼ି ପାଉଁଶ ହୋଇଯାଇଥିଲା।
ଅଗ୍ନିକାଣ୍ଡ ପରେ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବେହେରା, ଗ୍ରାମନନ୍ଦିପୁର ସରପଞ୍ଚ ନବକିଶୋର ମଲ୍ଲିକ, ବିରୁହାଁ ସରପଞ୍ଚ ଭାନୁମତୀ ମଲ୍ଲିକଙ୍କ ପକ୍ଷରୁ ମଙ୍ଗଳପୁର ଥାନାରେ ଏତଲା ଦିଆଯିବା ସହ ବିଡିଓଙ୍କୁ ଅବଗତ କରାଯାଇଥିଲା। ବିଦ୍ୟୁତ୍ ସର୍ଟସର୍କିଟ୍ରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/3cce1fd7-d88e-46b2-ac98-b4f1b668e52f.jpg)