ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ୍ ଅନ୍ତର୍ଗତ ଚୋରମରା ପେପର ମିଲରେ ରବିବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବିଦ୍ୟୁତ ସଟ୍ସର୍କିଟ ଯୋଗୁଁ ନିଆଁ ଲାଗିଥିବା ବେଳେ କାରଖାନା ପରିସରରେ ଥିବା ଗୋଦାମ ଗୃହରେ ଗଚ୍ଛିତ ଥିବା କାଗଜ ଓ ବିଭିନ୍ନ ରାସାୟନିକ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ସୂଚନା ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏହି ଅଗ୍ନିକାଣ୍ଡ ଯୋଗୁଁ କାରଖାନାର ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ଓ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଥିବା ସୂଚନା ମିଳିଛି। ତେବେ ପ୍ରାଥମିକ ତଦନ୍ତରୁ ବିଦ୍ୟୁତ୍ ସଟ୍ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଓ କ୍ଷୟକ୍ଷତିର ଆକଳନ ଚାଲିଥିବା କାରଖାନା ସିଓ ପ୍ରଫୁଲ୍ଲ ମେହେର ସୂଚନା ଦେଇଛନ୍ତି।
ମହାବୀର ପେପର ମିଲ୍ରେ ଅଗ୍ନିକାଣ୍ଡ
/sambad/media/post_attachments/wp-content/uploads/2024/06/5d8d9f62-4828-4b78-a903-12e9f6a0c974.jpeg)