ସମ୍ବଲପୁର ଜୟନ୍ତପୁର‌ରେ ଥିବା ପିଚୁ ଫ୍ୟାକ୍ଟ୍ରିରେ ନିଆଁ; ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ସମ୍ବଲପୁର: ସମ୍ବଲପୁର ଜୟନ୍ତପୁରରେ ଥିବା ଏକ ପିଚୁ ଫ୍ୟାକ୍ଟ୍ରିରେ ଗତକାଲି (ଗୁରୁବାର) ବିଳମ୍ବିତ ରାତିରେ ନିଆଁ ଲାଗି ଯାଇଥିବା ଜଣାପଡ଼ିଛି । ଏଥିରେ ପାଖାପାଖି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ସୂଚନା ରହିଛି।

ପିଚୁ କମ୍ପାନି ମାଲିକ ଜୟନ୍ତ ଅଗ୍ରୱାଲ ଏହି ଅଗ୍ନିକାଣ୍ଡ ଘଟଣାକୁ ନେଇ କହିଛନ୍ତି ଯେ ଅନେକ ସମୟରେ ପିଚୁ ଫ୍ୟାକ୍ଟ୍ରିରେ ନିଆଁ ଲାଗି ଯାଇଥାଏ। ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରି ନେଇଥାଆନ୍ତି।

ତେ‌ବେ ଚଳିତ ଥର ଫ୍ୟାକ୍ଟ୍ରିରେ କିଛି ପାଇପ୍ ଫାଟିଯିବାରୁ ନିଆଁ ଚାରିଆଡେ ମାଡି ଯାଇଥିଲା। ଏହି ଅଗ୍ନିକାଣ୍ଡରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇ ଯାଇଛି । ଘଟଣା ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସୌଭାଗ୍ୟବଶତଃ ଏଥିରେ କାହାର କିଛି କ୍ଷତି ହୋଇନାହିଁ।

ସମ୍ବନ୍ଧିତ ଖବର