ବାରିପଦା ମେଡିକାଲ କଲେଜରେ ଅଗ୍ନିକାଣ୍ଡ, କୌଣସି କ୍ଷୟକ୍ଷତି ନାହିଁ

ବାରିପଦା: ସ୍ଥାନୀୟ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ସୋମବାର ରାତି ଅଗ୍ନିକାଣ୍ଡ ଘଟଣା ଘଟିଛି । ଏସିରୁ ସର୍ଟସର୍କିଟ ହେବା ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ସୂଚନା ମିଳିବା ପରେ ଦମକଳ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳକୁ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଛନ୍ତି । ଏହି ଘଟଣାରେ କୌଣସି କ୍ଷୟକ୍ଷତି ଘଟି ନାହିଁ ।

ସମ୍ବନ୍ଧିତ ଖବର

Comments are closed.