ନିର୍ମାଣାଧୀନ ଜଳ ପ୍ରକଳ୍ପରେ ଅଗ୍ନିକାଣ୍ଡ

ଦଶରଥପୁର : ଦଶରଥପୁର ବ୍ଲକ୍‌ ତଳିହା ପଞ୍ଚାୟତ ସିଦ୍ଧେଶ୍ୱର ଗ୍ରାମରେ ନିର୍ମାଣାଧୀନ ଜଳପ୍ରକଳ୍ପରେ ଅଗ୍ନିକାଣ୍ଡ ଘଟି ଗଚ୍ଛିତ ଥିବା ଲକ୍ଷାଧିକ ଟଙ୍କାର ପାଇପ୍ ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବା ବେଳେ ଅପରାହ୍‌ଣ ୪ଟାରେ ପାଇପ୍ ଜଳୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଯାଜପୁର ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପୋଡ଼ି ଯାଇଥିବା ପାଇପ୍‌ର ଆନୁମାନିକ ମୂଲ୍ୟ ୫ ରୁ ୬ ଲକ୍ଷ ଟଙ୍କା ହେବବୋଲି କୁହାଯାଉଛି। ତେବେ ଦୁର୍ଘଟଣା ସତ୍ତ୍ବେ ଜଳଯୋଗାଣରେ କୌଣସି ବାଧା ଉପୁଜିବ ନାହିଁ ବୋଲି ବିଭାଗୀୟ ଯନ୍ତ୍ରୀ କହିଛନ୍ତି

ସମ୍ବନ୍ଧିତ ଖବର